ମୁଁ କାହିଁ ବାହା ହେବି ସେ ଝିଅକୁ
ମୁଁ କାହିଁ ବାହା ହେବି ସେ ଝିଅକୁ
ମୁଁ କାହିଁ ବାହା ହେବି ସେ ଝିଅକୁ
ସାନ ଭଉଣୀ ଟେ ନାହିଁ ଯେ ତା'ର
ମତେ ଭିଣେଇ ଡାକିବାକୁ
ମୁଁ କାହିଁ ବାହା ହେବି ସେ ଝିଅକୁ ।
ଶାଳୀ ନାହିଁ ସିନା ଶଳା ଗୋଟେ ଅଛି
ମତେ ଶଳା ବିଧା ମାରିବାକୁ
ମୁଁ କାହିଁ ବାହା ହେବି ସେ ଝିଅକୁ ।
ମୋର ଏ ନିଷ୍ପତି ଶୁଣି
ଭାବି ଶଶୁରଙ୍କ ଘୁରିଲା ମୁଣ୍ଡ
ଗୋଟେ ଯୋଇଁ ପାଇଁ ଏ ତେ ଯେ ହିନସ୍ଥା
ଦିଟା ଥିଲେ ତ ଆହୁରି ଦଣ୍ଡ ।
ଶାଳୀ ଭିଣେଇ ପ୍ରେମ ଆହା କି ମଧୁର
ଯାର ଥାଏ ସିଏ ଜାଣିଚି
ଶାଳୀ ନଥିବା ଘରେ ବାହା ମୁଁ ହେବିନି
ରୋକ୍ ଠୋକ୍ ମନା କରୁଚି ।
ଲୋଡ଼ା ନାହିଁ ମୋର ଯାନି ଯଉତୁକ
ଲୋଡ଼ା ମୋର ଖାଲି ଶାଳୀ
ଶାଳୀ ନଥିଲେ ମତେ କିଏ ବୁଝେଇବ
ଯେବେ ଘରଣୀ କରିବ କଳି ।
ସାରା ଜୀବନ ମୁଁ ବାଡ଼ୁଅ ରହିବି
ହେବିନି କେବେ ମୁଁ ବାହା
ଶାଳୀ ନ ଥିବା ଘରେ ବାହା ହେବିନି
ମୋ ତ୍ରୀବାର ସତ୍ୟ ଏହା ।