STORYMIRROR

Akshaya Kumar Acharya

Tragedy

4  

Akshaya Kumar Acharya

Tragedy

ଅକୁହା କଥା

ଅକୁହା କଥା

1 min
277

କେମିତି କହିବି ମୋ ମନ କଥାକୁ

    ଲାଗେ ମତେ ଭାରି ଡର

କହିଦେଲେ କାଳେ ରାଗି ଯିବୁ ତୁ ଲୋ

    କରିଦେବୁ ସାତ ପର ।


ଭଲପାଏ ବୋଲି ତତେ ଲୋ ମୋ ପ୍ରିୟା

     ଭାବିଛି ମୁଁ ଦେବି କହି

ଯେତେଥର ଭାବେ କହିବି ଏ କଥା

     ସାହସ ମୋ ହୁଏ ନାହିଁ ।


ଶୈଶବ ରେ ଆମେ ଦିନ ବିତେଇଛେ

     ଖେଳି କେତେ ଧୂଳି ଘର

ମନେ ମୋ'ର ଆଶା ତୋ ସାଥେ ଗଢିବି

     ସତସତିକା ର ଘର ।


ତୁ ରହୁଛୁ ଲୋ ରାଜ ଉଆସରେ

    ମୋର ଭଙ୍ଗା ଚାଳଘର

ଭଙ୍ଗା କୁଡିଆ ରେ କେମିତି କରିବୁ

    ସୁଖର ସଂସାର ତୋର।


ଆଶଙ୍କାରେ ରହି କହିପାରିଲିନି

    ଭଲ ପାଏ ବୋଲି ତତେ

ଅନ୍ୟ ହାତ ଧରି ବାହା ହେଇଗଲୁ

    ଝୁରି ମରୁଛି ଲୋ ତତେ ।


ମନ କଥା ମୋର ଅକୁହା ରହିଲା

    କହିପାରିଲିନି କେବେ

ଆଜି ମୁଁ ଭାବୁଛି କାହିଁକି ନ କହି

    ରହିଗଲି ମୁଁ ନିରଵେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy