STORYMIRROR

Prahallad Sahoo

Tragedy Classics Inspirational

3  

Prahallad Sahoo

Tragedy Classics Inspirational

ନିଃଶବ୍ଦତାର ନିରବ ସଂସାର

ନିଃଶବ୍ଦତାର ନିରବ ସଂସାର

1 min
132

ସେହି ନିଃଶବ୍ଦ ଦୁନିଆକୁ ପୁନର୍ବାର ଫେରିବାର

ଅପ୍ରତ୍ୟାଶିତ ଇଛା ନ ଦିଅ ହେ ସାଇଁ

ଯନ୍ତ୍ରଣା ଜର୍ଜରିତ ଜୀବନର ସେହି ଅସହ୍ଯ କଷ୍ଟ

କାହାକୁ ଦେବାକୁ ସାହାସ ଦିଅ ନାହିଁ ।।


ସେହି ନିଃଶବ୍ଦ ଦୁନିଆ ଯେଉଁଠି କଡ ଲେଉଟିଲେ

ସେଠି ଆଉ ଏକ ସୃଷ୍ଟି ଲେଉଟୁଥାଏ

ସେହି ନିଃଶବ୍ଦ ଦୁନିଆ ଯେଉଁଠି ମୋ ଅସ୍ଥିରତାରେ

ଆଉ ଜଣଙ୍କର ସ୍ଥିରତା ଭଙ୍ଗ ହୋଇଯାଏ ।।


ସେହି ମାତୃତ୍ୱର ଜଠର, ନିଃଶବ୍ଦତାର ନିରବ ସଂସାର

ସେହି ମାଆର ଅନ୍ତଃସ୍ବର ଜୀବନ ପ୍ରବାହର ଆଧାର ।।

ସେହି ନିଃଶବ୍ଦ ଦୁନିଆ ଯେଉଁଠୁ ଆରମ୍ଭ ସୃଷ୍ଟିର କଳ୍ପନା

ସେଠି ସବୁ ଅସମ୍ଭବ ଭିତରୁ ଜନ୍ମନିଏ ପ୍ରକୃତ ସମ୍ଭାବନା ।।


ନିରବ, ନିଃଶବ୍ଦ, ନିରାକାର ମଧ୍ୟେ ସେଠି ସମ୍ଭବ ସାକାର

ଅଦୃଶ୍ଯ, ଅକଳ୍ପନା ସତ୍ତ୍ବେ ପ୍ରତୀୟମାନ ପ୍ରକାଶ ନୂତନତ୍ବର।

ଇଚ୍ଛାର ବଶବର୍ତ୍ତୀ ପ୍ରାଣ ଜୀବକୁ ଦିଏ ଆଲୋକ ସନ୍ଧାନ

ଅନିଚ୍ଛାକୃତ ରକ୍ତ ମାଂସ ପିଣ୍ଡୁଳାରେ ଉଦ୍ଜୀବିତ ଜୀବନ ।।


ଚଉରାଶି ଲକ୍ଷ ନିଃଶବ୍ଦ ଦୁନିଆ ମଧ୍ୟେ ଘୂରିବୁଲେ ପିଣ୍ଡ

କୁକର୍ମ କର୍ମ ସୁକର୍ମ ପରେ ଲଭି ଥାଏ ମାନବ ଜନମ ।।

ନିଃଶବ୍ଦ ଦୁନିଆ ଯହିଁ ନାହିଁ ସରଦ ଉଷୁମ, ଅନ୍ଧାର ଆଲୋକ

ଜନ୍ମଚକ୍ର ଉର୍ଦ୍ଧ୍ବରେ ସେ ମଣ୍ଡଳ ଯେଉଁଠି ପ୍ରଭୁ ନାମେ ମିଳେ ମୋକ୍ଷ।।

ଲୋଡା ନାହିଁ ପ୍ରଭୁ ଏ ମିଛ ମାୟା ଭରା ପ୍ରାର୍ଥିବ ପରାଭବନେଇଯାଅ ନିଃଶବ୍ଦ ଦୁନିଆକୁ

ଯେଉଁଠି ତୁମ ନାମ ବୈଭବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy