STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ତୁମେ ରାମ ତୁମ ହରି

ତୁମେ ରାମ ତୁମ ହରି

1 min
218

🌸🪷🌺
 ନୁହେଁ ମୁଁ କୁବୁଜା ନୁହେଁ ମୁଁ ଶବରୀ
 କେମିତି ଛୁଇଁବି ଦେହକୁ ତୁମର।
ହେ ରଘୁ ନନ୍ଦନ ଜାନକୀ ଜୀବନ
 କେଉଁ ରୂପ ଗୁଣ ବର୍ଣ୍ଣିବି ତୁମର।।

 ନୁହେଁ ମୁଁ କୌଶଲ୍ଯା ନୁହେଁ ମୁଁ କକୈଇ
କେମିତି ସେ ରୂପ ଆଖିରେ ଦେଖିବି।
 ଜୀବନ ବିତିବ ସମୟ ସରିବ
 ଦେଖା ନଦେଲେ ଝୁରିଝୁରି ମରିବି।।

 ନୁହେଁ ମୁଁ ଦେବତା ନୁହେଁ ମୁଁ ଦାନବ
 ଛାର ମଣିଷ ମୁଁ ତୁମ ଠାରେ ଆଶା।
 ଶେଷ ବେଳେ ତୁମ ରୂପ ଦେଖୁ ନେତ୍ର
 ହେ ରଘୁନାଥ କରିବନି ନିରାସା।।

 ନୁହେଁ ମୁଁ ହନୁମାନ ନୁହେଁ ସୁଗ୍ରୀବ
 ନ କହିବା ପୂର୍ବେ ସବୁ ବୁଝିନେବି।
ଦୁଃଖହାରୀ ବିଶ୍ବ ବିହାରୀ ହେ ହରି
 ତୁଣ୍ଡେ ଥାଉ ତବ ନାମ ଦିବା ନିଶି।। 


Rate this content
Log in

Similar oriya poem from Abstract