STORYMIRROR

Pratima Satpathy

Tragedy

3  

Pratima Satpathy

Tragedy

ଜରାଶ୍ରମ.

ଜରାଶ୍ରମ.

1 min
175


ଜରାଶ୍ରମ ଅଟେ ବୃଦ୍ଧ ମାନଙ୍କ 

   ଆଶ୍ରୟ ସ୍ଥଳ

ପୁଅ ଝିଅ ନ ଥିବା ଲୋକ

   ମାନଙ୍କର ଗହଳ.

ଏବେ କିନ୍ତୁ ସବୁ ଓଲଟା

    ହୋଇ ଯାଇଛି ଜାଣ

ପୁଅ, ଝିଅ ମାନେ ଛାଡ଼ନ୍ତି

   ପିତା ମାତାଙ୍କୁ ପୁଣ.

ଯେଉଁ ପିତାମାତା ସନ୍ତାନ

   ପାଇଁ ଠାକୁର ପୂଜି

ନିଜ ଜୀବନକୁ ଲଗାଇ

   ଦେଇ ପାରନ୍ତି ବାଜି.

ସେଇ ବାପା, ମାଆ ଅଲୋଡ଼ା

   ଦିନେ ଯାଆନ୍ତି ହୋଇ 

ପୁଅ ମାନେ ନେଇ ଛାଡ଼ନ୍ତି

   ଜରାନିବାସେ ନେଇ.

ଦିନେ ସିଏ ବୁଢ଼ା ହୋଇବେ

   ଏହା ଯାଆନ୍ତି ଭୁଲି

ପିତା ମାତାଙ୍କୁ ଜରାଶ୍ରମେ

   ଛାଡି ଆସନ୍ତି ଚାଲି.

ସେବା ପରିବର୍ତ୍ତେ, ପାଖରୁ

   ହଟାଇ ସେ ଦିଅନ୍ତି

ବାପା, ମାଆ ମନ ଦୁଃଖରେ

   ନେତ୍ରୁ ନୀର ଝରାନ୍ତି.

କାହାକୁ କହିବେ ଏ କଥା

   ଭାବି ପାରନ୍ତି ନାହିଁ

ଅଜାଗା ଘାଆ ଏ କାହାକୁ

   ପାରନ୍ତିନି ଦେଖାଇ.

ମୁଣ୍ଡ ଝାଳ ତୁଣ୍ଡରେ ମାରି

   କରିଥିଲେ ମଣିଷ

ଦୁଃଖ, କଷ୍ଟ, ବାଧି ନ ଥିଲା

   ହେଉଥିଲେ ହରଷ.

ବଡ଼ ହୋଇ ପୁଅ ତାଙ୍କର

   ଦିନେ ସାହାରା ହେବ 

ବୃଦ୍ଧ କାଳେ ସେବା କରିବ

   ତାଙ୍କ ଦିନ ସରିବ.

ଆଶା ତାଙ୍କ ଆଶାରେ ରହିଗଲା

   ହେଲେ ଅବଶ

ଶେଷ ବେଳକୁ ଆଶ୍ରା ହେଲା

   ଏହି ଜରା ନିବାସ.

କେଉଁ ବୈଜ୍ଞାନିକ ମୁଣ୍ଡରେ

   ଏହି ବୁଦ୍ଧି ପଶିଲା

ବୃଦ୍ଧ, ପିତା ମାତାଙ୍କ ପାଇଁ

    ଜରାଶ୍ରମ ଖୋଲିଲା.

ଜରା ନିବାସ ବାସୀମାନେ

   ତାଙ୍କୁ କଲ୍ୟାଣ କର

ତାଙ୍କ ପାଇଁ ତୁମେ ରହିବା ପାଇଁ

    ପାଇଲ ଘର.

ନ ଥାନ୍ତା ଯଦି ଜରାଶ୍ରମ

   ବଡ଼ ଦାଣ୍ଡରେ ଯାଇ

ଭିକ୍ଷା ବୃତ୍ତି କରି ଚଳନ୍ତ

   ଜଗନ୍ନାଥଙ୍କୁ ଧ୍ୟାୟି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy