STORYMIRROR

Dr Susmita Dash

Tragedy

4  

Dr Susmita Dash

Tragedy

ଦୂର ସମ୍ବେଦନା

ଦୂର ସମ୍ବେଦନା

1 min
27.1K


କେତେ ଶୀତ, ବସନ୍ତର ଆଗମନ

କେତେ ଗ୍ରୀଷ୍ମ,ଶରତର ପ୍ରସ୍ଥାନ

ମୁଁ କିନ୍ତୁ ସେଇଠି ହିଁ ରହିଛି।

ଲୁହର ସ୍ରୋତ ସମୂହ  ଶୁଖିଯାଇଛି,

ସୌନ୍ଦର୍ଯ୍ୟର ଅପଚୟ ଘଟିସାରିଛି।

କାହା ଆଖିରେ କ୍ରୋଧ,

ଭାବଭଙ୍ଗୀରେ ପ୍ରତିଶୋଧ

ଦେଖି ମୁଁ ସ୍ତବ୍ଧ!

ପ୍ରଶଂସାର ବୃଥା ଆଶା,

ସ୍ୱାର୍ଥପର ଦୁନିଆଁ ପାଖରୁ।

ଦୂର ସମ୍ବେଦନା ପ୍ରାପ୍ତ ହୁଏ,

ଜାଣେନା କେଉଁଠାରୁ!

ଏକା ବଞ୍ଚିବାକୁ ଚାହେଁ,

ନିଃଶ୍ୱାସ ନେବାକୁ ଦିଅ,

ସମସ୍ତ ନିୟନ୍ତ୍ରଣରୁ ମୁକ୍ତ ମୁଁ

ଅନାବୃତ କରିଦେଲି ମୁଖା ମୋର,

କରି ପାରିବିନି ଭଲ ପାଇବାର 

ବୃଥା ଅଭିନୟ,ଅନାବଶ୍ୟକ ଛଳନା,

ବିହଙ୍ଗ ମୁଁ,

ଭୁଲିଯାଇଛି

ସୁନ୍ଦର ନୀଡ଼ ତିଆରି କରୁକରୁ,

ମୋ ଡେଣା ବି ଅଛି।

ମୁଖା ଖୋଲି ଦେଖେ,ବର୍ଷିଯାଏ ସବୁ କୋହ,

ଆତ୍ମାକୁ ମୋର ଫୁଙ୍ଗୁଳା ପାଏ,

ସଂପୂର୍ଣ୍ଣ ବିଶୁଦ୍ଧ, ସଂପୂର୍ଣ୍ଣ ନିର୍ମୋହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy