ପ୍ରେମ ଓ ପ୍ରତୀକ୍ଷା
ପ୍ରେମ ଓ ପ୍ରତୀକ୍ଷା
ଆସିବାକୁ କହିଥିଲ କାଲି ସଂଧ୍ୟା ବେଳେ,
ପ୍ରତୀକ୍ଷା କରିଲି ମୁଁ ଜହ୍ନ ରାତି ତଳେ।
ଉଦାସିଆ ଜହ୍ନ ଟା କରୁଥିଲା ଛଳ,
ଲୁଚି ବାଦଲ ର ପଛେ ସେ ବାରବାର।
ମଳୟ ର ସେଇ ମିଠାମିଠା ପରଶ,
କରୁଥିଲା ମୋ ଶରୀର କୁ ଯେ ଅଳଶ।
ସୁଗନ୍ଧ ରାଜ ର ସେ ମହମହ ବାସ୍ନା,
ହେଉଥିଲା ମୋ ମନ ଆନମନା।
ପ୍ରେମ ପାଗଳିନୀ ତୁମ ବାଟ କୁ ଚାହିଁଚି,
କୁଞ୍ଜ ବନେ ତୁମ ବାଟକୁ ଚାହିଁଚି