STORYMIRROR

Alaka Nanda

Tragedy

3  

Alaka Nanda

Tragedy

ମୁଁ କବିଟିଏ

ମୁଁ କବିଟିଏ

1 min
183

କଳ୍ପନାରେ ମଜ୍ଜି ସପନରେ ହଜି

ଲେଖେ ମୁଁ କବିତାଟିଏ 

ମନତଳ ବ୍ୟଥା ଅନୁଭବ ନେଇ

କବିତା ଜନମ ନିଏ 


ଛନ୍ଦେ ଛନ୍ଦ ଭରି ଭାଷା ମାଧୁର୍ଯ୍ୟରେ

ସୁନ୍ଦରତା ମୁଁ ଯେ ଭରେ 

ଆଂକେ ମୁଁ ଭାଷାର ଇନ୍ଦ୍ରଧନୁ କେତେ

ଶୂନ୍ୟ ଆକାଶର ବକ୍ଷରେ  


କବିତାର ଧାରା ଉନ୍ମାଦ ମଦୀରା 

ମୁକ୍ତ ଭାବନାରେ ଖେଳେ 

କବିତାର ଛବି ସ୍ୱପ୍ନ ଆକାଶରେ

ମଧୁରତା ଢାଳି ଭରେ 


କୁମାରୀ ମନର କରୁଣ କାହାଣୀ 

ଲେଖେ ବେଦନାର ସାଥେ 

ପ୍ରତାରିତ ହୁଏ ପ୍ରବଞ୍ଚିତ ହୁଏ 

ବିଶ୍ୱାସଘାତୀଙ୍କ ହାତେ 


ଅଶ୍ରୁଳ ନୟନେ କମ୍ପିତ ଅଧରେ 

ଗାଇ ଆହ୍ଲାଦର ଗୀତି 

ଶବ୍ଦକୁ ସାଉଁଟି ଛନ୍ଦେ ତାକୁ ଭରି

କବିତା ଲେଖେ ମୁଁ ନିତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy