ମୁଁ କବିଟିଏ
ମୁଁ କବିଟିଏ
କଳ୍ପନାରେ ମଜ୍ଜି ସପନରେ ହଜି
ଲେଖେ ମୁଁ କବିତାଟିଏ
ମନତଳ ବ୍ୟଥା ଅନୁଭବ ନେଇ
କବିତା ଜନମ ନିଏ
ଛନ୍ଦେ ଛନ୍ଦ ଭରି ଭାଷା ମାଧୁର୍ଯ୍ୟରେ
ସୁନ୍ଦରତା ମୁଁ ଯେ ଭରେ
ଆଂକେ ମୁଁ ଭାଷାର ଇନ୍ଦ୍ରଧନୁ କେତେ
ଶୂନ୍ୟ ଆକାଶର ବକ୍ଷରେ
କବିତାର ଧାରା ଉନ୍ମାଦ ମଦୀରା
ମୁକ୍ତ ଭାବନାରେ ଖେଳେ
କବିତାର ଛବି ସ୍ୱପ୍ନ ଆକାଶରେ
ମଧୁରତା ଢାଳି ଭରେ
କୁମାରୀ ମନର କରୁଣ କାହାଣୀ
ଲେଖେ ବେଦନାର ସାଥେ
ପ୍ରତାରିତ ହୁଏ ପ୍ରବଞ୍ଚିତ ହୁଏ
ବିଶ୍ୱାସଘାତୀଙ୍କ ହାତେ
ଅଶ୍ରୁଳ ନୟନେ କମ୍ପିତ ଅଧରେ
ଗାଇ ଆହ୍ଲାଦର ଗୀତି
ଶବ୍ଦକୁ ସାଉଁଟି ଛନ୍ଦେ ତାକୁ ଭରି
କବିତା ଲେଖେ ମୁଁ ନିତି