STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଅଦିନ ଝଡ଼

ଅଦିନ ଝଡ଼

1 min
302


ତୋ ଭିତରେ ହଜିବାର ନିଶାଟା ଥିଲା ବେଶ୍ ଗଭୀର ,


ଏମିତି ଲାଗୁଥିଲା 

ପ୍ରେମର ଚକ୍ରବ୍ୟୁହରେ ପଡି ଯାଇଛି ...।


ତଥାପି ଖୁସି ଥିଲା ମନରେ ....।


ଟିକେ ବି ଇଚ୍ଛା ନଥିଲା 

ସେ ଚକ୍ରବ୍ୟୁହର ମୁକ୍ତ ହେବାର ....।



ଇଚ୍ଛା ଥିଲା ଆହୁରି ହଜି ଯିବାକୁ ...।


ନିଜର ଠିକଣା ହଜେଇ 

ତୋର ସେଇ ଅଚିହ୍ନା ଯାଗାରେ 

ହଜିବା ଭାରି ଭଲ ଥିଲା ....।



କେବେ ବି ପରିଣାମ କଥା ଚିନ୍ତା ନଥିଲା ...

ନା ତୋର ,

ନା ମୋର ...।



ମୋ ଉପରେ ତୋର ପ୍ରତି ଅଧିକାର 

ଭାରି ଭଲ ଲାଗୁଥିଲା ...।



କେଜାଣି କାହିଁକି ତୋର

 ଭାବନା ବନ୍ଧନରେ 

ବାନ୍ଧି ହେବାର ଖୁସି ନିଆରା ଥିଲା ....।



କିନ୍ତୁ .....

ଜଣା ନଥିଲା ଆସିବ ଏ 

ଅଦିନିଆ ଝଡ଼ ......।



ଜଣା ନଥିଲା 

ବଢିଯିବ ଦୂରତା ତୋ ଆଉ ମୋ ଭିତରେ .....।



ଜଣା ନଥିଲା ଆମେ ପାଲଟିବୁ

ନଦୀର ଦୁଇ ପାର୍ଶ୍ଵ .....।



ଜଣା ନଥିଲା 

ଏ ସମାନ୍ତରାଳ ଦୂରତା

ଏମିତି ତିଆରି ବ

ଏକ ଅଦିନିଆ ଝଡ଼ ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy