STORYMIRROR

Bhumisuta Sahu

Tragedy

3  

Bhumisuta Sahu

Tragedy

ନୀରବ ଝଡ଼

ନୀରବ ଝଡ଼

1 min
253

ସେ ସ୍ବପ୍ନ ସେ ଅତୀତ

ମୋର ଛଳ ଛଳ ହୃଦୟ,

ସେଗୁଡିକୁ , ବ୍ୟର୍ଥତାର କାଚ ବାକ୍ସଘରେ ଦେଇଛି ମୁଁ ଭରି

ବେଳେ ବେଳେ କାଚ କାନ୍ଥ ଭାଙ୍ଗି ସେଗୁଡିକ ଖପ୍ ଖାପ୍ ଡେଇଁ

ମୋ ମନକୁ ଥୋଇ ଦିଏ ଅସ୍ତ ବ୍ୟସ୍ତ କରି ।


ପାଏ ନାହିଁ କୂଳ କି କିନାରା

ଚାରିଦିଗ ଅନ୍ଧକାର ଦିଶେ

କାହାକୁ ମୁଁ ପାରେ ନାହିଁ କହି

ନୀରବରେ ରହିହୁଏ ନାହିଁ

ମୋ ମନରେ ସୃଷ୍ଟି ହୁଏ ଝଡ଼

କମିବାର ନାଁ ନିଏନାହିଁ 

ଆକାଶ ରେ ଉଡ଼ିବାକୁ ସ୍ଵପ୍ନ ଦେଖିମୁହିଁ

ମାଟିପରେ ଯାଇଅଛି ଶୋଇ ।।


କେଉଁ ପରି ହେବା ପାଇଁ ଚାହିଁ ଥିଲି ମୁହିଁ

ହୋଇଗଲି ଆଜି କେଉଁ ପରି

ରାସ୍ତା ଯେଉଁ ବାଛିନେଲି ,ଜାଣି ତ ନଥିଲି

ସେଇ ରାସ୍ତା ଲାଗେନାହିଁ କୌଣସି ସହରେ  

ପେରୁ ଫେରୁ କେତେ ବେଶି ହୋଇଗଲା ଡେରି ।।


ତମେ କିନ୍ତୁ ବାଛିଥିଲ ମୋ ପାଇଁ ଏଇ ପଥ

ମୋ ପାଇଁ ଜାଣେ ନାହିଁ କେତେ ଯୁକ୍ତିଯୁକ୍ତ

ଇଚ୍ଛା ମୋର ଥିଲେ କି ନ ଥିଲେ କିଏ ପଚାରେ

ତୁମରି ରାସ୍ତାରେ ଦେଖ ଚାଲୁଅଛି ମୁହିଁ

ମନ ମୋର ଛକ ଡେଇଁ ହେଉଛି ବିଭକ୍ତ ।।


ଅଶାନ୍ତି ର ଡୋର ପୁଣି ଛିଣ୍ଡୁ ନାହିଁ କେବେ

ଦୁଃଖ ର କବାଟ ଭାଙ୍ଗି ସୁଖ ପୁଣି ଦିଏ ନାହିଁ ଦେଖା

ଆପଣାର ମଣିଷ ମାନେ ଲାଗୁଛନ୍ତି ଅଚିହ୍ନା ଅଜଣା

ଶାନ୍ତି ଟିକେ ଦିଏ ନାହିଁ ସେମାନଙ୍କ କଥା

ଏ ରାତ୍ରି ର ଶେଷ କାହିଁ

ଭାବି ଭାବି କଟି ଯାଏ ଦିନ

ସେ ସୂର୍ଯ୍ୟର ଦେଖା ମିଳେନାହିଁ

ଜାଣିଛି ମୁଁ ଏ ଜହ୍ନର ଅସ୍ପଷ୍ଟ ଆଲୁଅ

ମୋ ଭାଗ୍ୟରେ ଲେଖା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy