STORYMIRROR

Bhumisuta Sahu

Others

3  

Bhumisuta Sahu

Others

ବିଷ୍ଣୁଙ୍କୁ ବୃନ୍ଦାବତୀଙ୍କ ଚିଠି

ବିଷ୍ଣୁଙ୍କୁ ବୃନ୍ଦାବତୀଙ୍କ ଚିଠି

1 min
246

ନୁହେଁ ମୁଁ ତୁମର ରାଧା, ନୁହେଁ ମୁହିଁ ତୁମ ସତ୍ୟଭାମା

ପ୍ରେମିକା ମୁଁ ନୁହେଁ ତୁମ, ନୁହେଁ ପୁଣି ତୁମ ପ୍ରିୟତମା

ଇଚ୍ଛା ମୁଁ କରିନି କେଵେ ଦ୍ବରକାରେ ହେବି ରାଜରାଣୀ

ସ୍ବପ୍ନ ବି ଦେଖିନି କେବେ ହେବାପାଇଁ ମଥୁରାରେ ବଧୁ


ତମେ ମୋର ଦିଅଁ କିନ୍ତୁ ପଥରରେ ଗଢା ନୁହେଁ ତୁମର ବିଗ୍ରହ

ତମେ ମୋର ପୂଜ୍ୟ ଆଉ ମୁଁ ତୁମର ପୂଜାରିଣୀଟିଏ

ତୁମକୁ ପୂଜିବା ପାଇଁ ବାରମ୍ବାର ଜନ୍ମ ନେଇଥାଏ ।।


       ନୁହେଁ ମୁଁ ତୁମର ମୀରା,

                ନୁହେଁ ମୁହିଁ ପ୍ରେମପାଗଳିନୀ

     ବାକ୍ୟରେ କର୍ମରେ କେବେ 

                ତୁମ ପାଇଁ ପଥ ମୁଁ ହୁଡିନି

   ପିତାର ମର୍ଯ୍ୟାଦା ଆଉ ମାତାର ଗୋଉରବ

       ଛାଡ଼ିଦେଇ ଏରୁଣ୍ଡି ଡେଇଁନି

ତୁମର ବଇଁଶୀ ସୁରେ,ବିଭୋର ମୁଁ ହୋଇ

     କାଖରେ କଳସୀ ଧରି ଯମୁନା ଯାଇନି

ତୁମ ଅଙ୍ଗେ ମୋ ଅଙ୍ଗକୁ ମିଶାଇ ଦେଇନି

କାରଣ ମୁଁ ତମକୁ ଯେ ବିବାହ କରିନି ।


ନୁହେଁ ମୁଁ ଦ୍ରୋଉପଦୀ, ଲଜ୍ଜା ନିବାରଣ ପାଇଁ

     ତମକୁ ମୁଁ କୋଟି ବସ୍ତ୍ର ମାଗିପାରେ ନାହିଁ

ମୋ ଲଜ୍ଜାର କାରଣ ହିଁ ତମେ ।।

ମୋ ଲଜ୍ଜାର କାରଣ ହିଁ ତମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍