ଶ୍ରାମାଙ୍କ ଜନ୍ମଦିନ
ଶ୍ରାମାଙ୍କ ଜନ୍ମଦିନ
1 min
230
ଆଜି ମୋ ମାଆର ଜନମଦିନ
ଖୁସିରେ ଉଠୁଛି ନାଚି ମୋ ମନ
ନୂଆ ନୂଆ ଲାଗେ ଆଜି ଧରଣୀ
ମାଆ ମୋର ଆଜି ସାଜିବ ରାଣୀ ।
ଫୁଲରେ ଫୁଲରେ ଗୁନ୍ଥିଛି ହାର
ପିନ୍ଧାଇ ଦେବି ମୁଁ ଗଳାରେ ତାର
ମନ ଭରି ତାକୁ ରହିବି ଚାହିଁ
ମାଆ ପରି ଆଉ କେହି ତ ନାହିଁ ।
ସୁଖରେ ଦୁଃଖରେ କରୁଣା ତାର
ଝରି ପଡୁଥାଉ ମଥାରେ ମୋର
ସାଥେ ଥିଲେ ସିଏ କାହାକୁ ଡର
ତା ପଣତ ଅଟେ ସରଗ ମୋର ।