Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhumisuta Sahu

Children

4  

Bhumisuta Sahu

Children

ନେତାଜୀ

ନେତାଜୀ

1 min
252



କହରେ ପିଲେ କିଏ

ଦିଲ୍ଲୀ ଚଲୋ ଡାକରା ଦେଲେ କିଏ

ଭାରତ ମାତାର ସୁଯୋଗ୍ୟ ସନ୍ତାନ 

ନେତାଜୀ ସୁବାଷ ସିଏ ।


ପିତା ଥିଲେ ତାଙ୍କ ଜାନକୀନାଥ 

 ମାଆ ଥିଲେ ପ୍ରଭାବତୀ

ପିଲାଟି ଦିନରୁ ଦେଶର ଚିନ୍ତା

ଘାରୁଥିଲା ତାଙ୍କୁ ଦିନରାତି ।


ଚେହେରା ରେ ଥିଲା ସିଂହଠାଣି

ମୁଖୁଁ ଝରୁଥିଲା ଅଗ୍ନିବାଣୀ

ଦେଶ ପ୍ରେମର ଯଜ୍ଞରେ ସେତ

ଝାସ ଦେଇଥିଲେ ଜାଣିଶୁଣି ।


କହୁଥିଲେ ସିଏ ଦିଅରେ ରକ୍ତ

ଦେବି ମୁଁ ସ୍ବାଧୀନତା

ଯାହାଙ୍କ ପାଇଁ ମୁକ୍ତ ହେଲା

ଆମ ଏ ଭାରତମାତା ।


ଶତ୍ରୁ କୁ କରି ଥରହର

ଉଡ଼ାଇ ତ୍ରିରଙ୍ଗା ଫରଫର

ଆଜାଦ୍ ହିନ୍ଦ୍ ଗଠନ କରି

ସଂଗ୍ରାମ କଲେ ମହାବୀର ।


ଚମକାଇ ଦେଲେ ବିଜୁଳି ଭଳି

ଶତ୍ରୁ କୁ ଦେଲେ ପାଦରେ ଦଳି

ବିପ୍ଳବୀ ବୀର ପୂଣ୍ୟ ମାଟିର

କେହି ତ ନଥିଲେ ତାଙ୍କରି ଭଳି ।


ଓଡ଼ିଶା ମାଟିରେ ଜନ୍ମ ତାଙ୍କର

ଭାରତ ମାଆର ଗଳା ର ହାର

ନେତା ଅଟନ୍ତି ସେ ସାରା ବିଶ୍ୱର

ତାଙ୍କ ପାଦେ କୋଟି କୋଟି ଜୁହାର ।




Rate this content
Log in

Similar oriya poem from Children