STORYMIRROR

Bhumisuta Sahu

Others

3  

Bhumisuta Sahu

Others

ସିଂହ ବାହିନୀ

ସିଂହ ବାହିନୀ

1 min
246

ଉଠ ଉଠ ଗୋ ମା ସିଂହବାହିନୀ

ସକାଳ ହୋଇଗଲାଣି ।

ଲିଭି ଲିଭି ଆସିଲାଣି ପାହାନ୍ତି ତାରା

ପୂରୁବ ଆକାଶେ ଦେଖ ଫାଟିଲାଣି ସିନ୍ଦୂରା

ବସା ଛାଡ଼ି ବିହଙ୍ଗମ ଉଡ଼ି ଗଲେଣି  ।

ଉଠ ଉଠ ଗୋ ମା ସିଂହ ବାହିନୀ ......।


ମହାନଦୀ ଟାକିଛି ଗୋ ଧରି ସ୍ବଚ୍ଛ ନୀର

ସରାଗରେ ଧୋଇବାକୁ ତୋ ଦୁଇ ପୟର

ସିନ୍ଦୂର କୁଙ୍କୁମ ଧରି ଆସିଛି ଗୋ ଉଷାରାଣୀ

ଉଇଁଲେଣି ସୂର୍ଯ୍ୟ ଦେଖ କନକ କିରଣ ବୁଣି

ଉଠ ଉଠ ଗୋ ମା ସିଂହ ବାହିନୀ......।


ମନ୍ଦାର ଚାହିଁଛି ହେବ ତୋ ଗଳାର ହାର

ମଧୁର ସଂଗୀତ ଗାଏ ପ୍ରଭାତ ସମୀର

କାଶତଣ୍ଡୀ ଚାହିଁଛି ଗୋ ଧରିଣ ରତ୍ନ ଓଢ଼ଣୀ

ପିତାମ୍ବରୀ ଆଣିଛି ଗୋ ସରେ ଶ୍ବେତ କମଳିନୀ

ଉଠ ଉଠ ଗୋ ମା ସିଂହ ବାହିନୀ.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍