STORYMIRROR

Bhumisuta Sahu

Others

3  

Bhumisuta Sahu

Others

ଲଣ୍ଠନ

ଲଣ୍ଠନ

1 min
223

ଆକାଶ ର ସୂର୍ଯ୍ୟ ନୁହେଁ

    ଧରଣୀର ମୁଁ ଏକ ଲଣ୍ଠନ

ସେତେ ବଡ଼ ନୁହେଁ ମୁହିଁ

    କ୍ଷୁଦ୍ର ଅଟେ ମୋହର ଜୀବନ ।।


ତଥାପି ଯେ ମୋ ଭିତରେ

       ଭରିଅଛି ଅନେକ ସ୍ପନ୍ଦନ  

ତମସାକୁ ଦୂର କରି ମୁହିଁ

    ଆଲୋକ ଯେ କରଇ ବଣ୍ଟନ ।।


ସୂର୍ଯ୍ୟ ଯେବେ ଲୁଚିଯାନ୍ତି

        ପଶ୍ଚିମାଲୋକରେ

ସେତେ ବେଳେ ମୁହିଁ ତାଙ୍କ 

ପ୍ରତିନିଧି ହୋଇ

ଛିଡ଼ା ହୁଏ ଆପେ ଜଳି

 ଅନ୍ଧକାର ଦେବାକୁ ଦୂରେଇ ।।


ମୋହ ଭଳି ଜଳି ଜଳି

        ଯେଉଁ ସୁମଣିଷ

ଅଜ୍ଞାନତା ଅନ୍ଧକାର ଦୂର କରି

     କରିପାରେ ଜ୍ଞାନ ବିତରଣ

ଦୁନିଆଁରେ ସେ ଅଟେ ମହାନ ।।


ସମୟର ବିରାଟ ଗର୍ଭରେ ଲୁଚେନାହିଁ

    ତାର ପାଦ ଚିହ୍ନ

ଜଗତରେ ସିଏ ଅଟେଧନ୍ୟ

ସେତେ ବଡ଼ ନୁହେଁ ମୁହିଁ

ଧରଣୀର ମୁଁ ଏକ ଲଣ୍ଠନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍