STORYMIRROR

Bhumisuta Sahu

Children

3  

Bhumisuta Sahu

Children

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
207

ତୁମରି କୋଳରେ ଜନମ ନେବି ମୁଁ

     କରିବନି ମତେ ପର,

ତୁମ ଅଗଣାରେ ଫୁଲଟିଏ ହୋଇ 

    ବାସୁଥିବି ନିରନ୍ତର ।।


ମାଆ ଗୋ ମୋହର ହାତଧରି ତମେ

     ଶିଖେଇ ଦେବ କି ଚାଲି,

ମୋ କୁନି କଣ୍ଠର ମଧୁର କଥାରେ

   ଦୁଃଖ ଯିବନି କି ଭୁଲି  ?


ଗେଲ କରି ମୋତେ କାଖରେ କାଖେଇ

    ଦେଖେଇ ଦେବିକି ଜହ୍ନ,

ପଣତରେ ତୁମ ଲୁହ ପୋଛି ମୋର

   କହିବ ମୋ ଗହ୍ଲାଧନ ।।


ବାପା ଗୋ ତୁମର କୋଳ ଝୁଲଣାରେ

    ଝୁଲେଇ ଦେବକି ମୋତେ,

ରଥ ଯାତରାରେ ନୂଆଁ ଜାମା ଖଣ୍ଡେ

    କିଣିବ ମୋ ପାଇଁ ସତେ  ।।


ବଡ଼ ଭାଇ ପରି ମତେ ବି ସେମିତି

 ପଢେଇଵ କେତେ ପାଠ,

ଦୁଷ୍ଟ ହେଲେ ମୁହିଁ ମୋ କାନ ମୋଡ଼ିବ 

  କରିବ ମୋତେ ଆକଟ ।।


ପୁଅଟିଏ ଯଦି ପୂଣ୍ୟ କରିଥାଏ

     ମୁଁ ବି ତ କରିନି ପାପ,

ଆଈମା ପାଖରୁ ମୁଁ ବି ତ ଶୁଣିବି,

  ବୁଢ଼ା ଅସୁରୁଣୀ ଗପ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children