STORYMIRROR

Bhumisuta Sahu

Others

4  

Bhumisuta Sahu

Others

ଡାକବାଲା

ଡାକବାଲା

1 min
371

 ସତରେ ନ ହେଲେ ମିଛେ କହିଦିଅ

 "ଚିଠି ଦେଇଛି ତୋ ପୁଅ

ବିଦେଶରେ ସିଏ ଭଲରେ ରହିଛି

   ତା ପାଇଁ ଗଡାନା ଲୁହ ।।"


ସେଇ ଭରସାରେ ବୁଢ଼ୀ ମାଉସୀ ମୋ

   ବଞ୍ଚି ଯିବ କିଛିଦିନ ,

ଏକ ମାସ ଯାଇ ବରଷେ ପୂରିଲା

  ନ ଫେରିଲା ତାର ଧନ ।।


ଏକୋଇର ବଳା ବିଶିକେଶନ ସେ

       ମାଉସୀର ଗଳାମାଳି

କେଉଁଠାରେ ଅଛି କିପରି ଅଛି ସେ

    ମନରେ ହେଉଛି ଭାଳି ।।


ଖିଆପିଆ ସବୁ ଛାଡ଼ିଦେଇ କି ସେ

  ଧରିଲାଣି ପରା ଖଟ,

ତା ଶେଷ ଜୀବନେ ଡାକବାଲା ତମେ

  ଆଶାର ଆଲୋକ ଅଟ ।।


ଖରା ବରଷାରେ ଘର ଘର ବୁଲି

   ତମେ ତ ଯାଉନ ଥକି

ଚାତକ ପରିକା କେତେ କେତେ ଆଖି

    ତମକୁ ରହିଛି ଟାକି ।।


ଧନ୍ୟ ତମେ ହେ ଡାକବାଲା ଭାଇ

 ତମେ ତ ଅଟ ମହାନ

ଶୁଖିଲା ଓଠରେ ବୁଣି ପାର ହସ

 ଜୀବନ ତମର ଧନ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍