Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhumisuta Sahu

Tragedy Classics

3  

Bhumisuta Sahu

Tragedy Classics

ଉଆଁସୀ କନ୍ୟା

ଉଆଁସୀ କନ୍ୟା

1 min
203



ଗାନ୍ଧର ଦେଶର ରାଜକୁମାରୀ ଗୋ 

             ଅପରୂପା ସୁନ୍ଦରୀ 

ଆଦ୍ୟ ବସନ୍ତରେ ସଜେଇ ଥିଲ ଗୋ 

           ସପନ ଅସୁମାରି  |


ଉଆଁସୀ କନ୍ୟାଗୋ ବରିନେଲ ଶେଷେ 

               ଅନ୍ଧ ମଣିଷଟିଏ 

ତୁମ ମୁଖ ଚାହିଁ ପାରେ ନାହିଁ କହି 

         " ତୁମକୁ ମୁଁ ଭଲପାଏ |"


 ସପନ ହେଲନି ସତ ବୋଲି ତମେ 

        ଆଖି ଦେଇଥିଲ ବାନ୍ଧି, 

ପକ୍ଷୀ ପରି ମନ ଉଡୁଥିଲା ତୁମ 

       ଉଆସେ ହେଲ ଗୋ ବନ୍ଦୀ |


ଡରୁଥିଲ କାଳେ କହିଦେବ ଆଖି 

       ହୃଦୟ ତଳର କୋହ 

ଧରାପଡିଯିବ କାଳେ କା ଆଖିରେ

      ତୁମରି ଆଖିର ଲୁହ |


ମହାଯୁଦ୍ଧକୁ ପଠେଇ ଦେଲଗୋ 

            ଗୋଟି ଗୋଟି ଶହେ ପୁଅ, 

ଦେଖିତନଥିଲ କୁରୁକ୍ଷେତ୍ରେ ଯେବେ 

         ଛୁଟିଲା ରକତ ସୁଅ |


ବାୟାଣୀ ପରିଗୋ ହସୁଥିଲ ତୁମେ 

      ହସ୍ତିନାର ରାଜରାଣୀ 

କହୁଥିଲ ତୁମେ ଉଆଁସୀ କନ୍ୟା ମୁଁ 

       ଧୃତରାଷ୍ଟ୍ରର ରାଣୀ |

           


Rate this content
Log in

Similar oriya poem from Tragedy