STORYMIRROR

Chinmayee Dey

Tragedy Others

4  

Chinmayee Dey

Tragedy Others

ମୁଁ ଆଜିର ଶିକ୍ଷକ

ମୁଁ ଆଜିର ଶିକ୍ଷକ

1 min
288

ଗୁରୁ ରୁ ଶିକ୍ଷକ ପର୍ଯ୍ୟନ୍ତ ଯାତ୍ରା ମୋର

ଆଜିବି ଅଜ୍ଞାନତା ରୁ ଜ୍ଞାନ ର ଦିଗରେ,

 ଚାଲିଛି ଅନ୍ଧାର ଆଲୋକର ଅବ୍ୟାହତ ଖେଳ ।

ଶିକ୍ଷିତ କରିବା ଦେଶକୁ ଗଢିବାର ଲକ୍ଷ୍ୟ ମୋର।

 ହେଲେ ମୁଁ ଆଜି ନିଘଞ୍ଚ ଅରଣ୍ୟର ମଲ୍ଲୀ,

ହଜିଯାଇଛି ମୋର ପରିଚୟ ବାସ୍ନା,

ସମୟ ସ୍ରୋତରେ ସମାଜ ଆଗରେ,

 ଆଦୃତ ନୁହେଁ ମୁଁ, ନିଷ୍ପେସିତ ଆଜି ଜନମାନସରେ ।

 କେବେ ବ୍ରହ୍ମା, ବିଷ୍ଣୁ, ମହେଶ୍ବର ସମ୍ବୋଧିତ ମୁଁ,

ଛାତ୍ର ଛାତ୍ରୀଙ୍କ ଗପରେ ଗୀତରେ ପୁଣି,

ବାସ୍ତବତାରେ ମୋର ଅସ୍ତିତ୍ବ ସୀମିତ ଆଜି,

ମଧାହ୍ନ ଭୋଜନ ତେଲ ଲୁଣ ହିସାବକୁ ଗଣି ଗଣି।

 ନାହିଁ ସେ ଅରଣ୍ୟ ନାହିଁ ଶିକ୍ଷା ଆଶ୍ରମ,

 ଗୁରୁ ଶିଷ୍ୟର ପରମ୍ପରା ସଜ୍ଜିତ ଇତିହାସ ପୃଷ୍ଠାର।

 ଆଜି ଛାତ୍ର ଭାବେ ଶିକ୍ଷକ ଏକ ଜଗୁଆଳୀ ସତେ,

ଜଗିଛି ଖାଲି ଯାହା ବିଦ୍ୟାଳୟର ସବୁ ପରିସର ।

ଶିକ୍ଷାର ମାନ ଗୁଣ କମିଛି ଅଜିତ,

ଆଜି ଖାଲି ଚାଲେ ସବୁ ଖୋଲା ବ୍ୟବସାୟ,

 ଦେଖାଣିଆ ଗୁଣ ଏଠି ବେଶି ଜନାଦୃତ,

 ପରାଜିତ ପଥେ ଆଜି ଜ୍ଞାନର ମହାସମର ।

ଶିକ୍ଷାର ଉନ୍ନତି ଯଦି ମୋ ପାଇଁ ହେବ,

ତଥାପି ହେବି ମୁଁ ଅଧୋଗତି ର ଗୋଟିଏ କାରଣ,

କରେନି ମୁଁ କର୍ତ୍ତବ୍ୟ ନୁହେଁ ମୁଁ ତ ଯୋଗ୍ୟ,

ମୁଁ ହିଁ କାରଣ ଆଜି ସବୁ ଅସଫଳତାର ।

କଲମ ମୁନରେ ଛାତ୍ର ର ଭବିଷ୍ୟତ ଗଢ଼ିବା,

ସ୍ବପ୍ନ ସବୁ ଆଜି ସତରେ ହେଉଛି ତ ବିଫଳ ।

ବିପଥଗାମୀ ଏବେ ଛାତ୍ର ଛାତ୍ରୀଙ୍କ ଆଚାର,

ଯାହାର ଉତ୍ତରଦାୟୀ କୁହାଯାଏ ମୋତେ ବାରମ୍ବାର

ତଥାପି ଥରୁଟେ ସବୁ ସମ୍ମାନ ଓଜାତି ପଡେ ମୋ ଉପର,

ଗୁରୁ ଶବ୍ଦକୁ ମୁଁ ସେଦିନ ବୋଧେ କରେ ସାଥର୍କ,

ପରିଶେଷରେ ପୁଣି କରାଯାଏ ମୋତେ ଗୋଟିଏ କଟାକ୍ଷ,

ମୁଁ ହେଉଛି ଆଜିର ଶିକ୍ଷକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy