STORYMIRROR

Chinmayee Dey

Others

4  

Chinmayee Dey

Others

ମାଆ

ମାଆ

1 min
280

ପ୍ରେମ ଅନ୍ଧ ବୋଲି ତୁ ହିଁ ପ୍ରମାଣିତ କଲୁ 

ଦଶମାସ ଗର୍ଭରେ ରଖି ଥରୁଟେ ବି ନଦେଖି

ନିଜର ଜୀବନକୁ ତୁ ବାଜିରେ ଲଗେଇ 

ଏ ଜୀବନକୁ ତୁ ମୋତେ ଉପହାର ଦେଲୁ।


 କେବେ ସାରା ଦୁନିଆ ସାଥେ ମୋ ପାଇଁ ଲଢିଲୁ

 ସାରା ଦୁନିଆକୁ ଗୋଟିଏ ପାଖରେ ରଖି

 ସବୁ ଅଳିଅଝଟକୁ ମୋର ସହି ନେଇ 

ମୋର ଆଖିର ଲୁହକୁ ବି ତୁ ନିଜର କରି ନେଲୁ। 


ଭୋକ ଉପାସରେ କେବେ ମୋ ପାଇଁ ରହିଲୁ 

ମୋର ସବୁ ଆବଶ୍ୟକତାକୁ ଆଖିର ରଖି

ମୋର ସବୁ ଦୁଃଖକଷ୍ଟକୁ ନିଜ ଭାଗକୁ ନେଇ 

ମୋର ଓଠରେ ସଦା ହସ ତୁ ଫୁଟେଇଲୁ।


 ଛାଇ ପରି ସଦା ମୋ ପାଖେ ପାଖେ ରହିଲୁ 

ନିଜ ପଣତକାନିରେ ମୋତେ ଘୋଡେଇ ରଖି

ଖରାପ ନଜର ପାଇଁ କଳା ଟିକା ହୋଇ 

ସବୁ ଝଡଝଞ୍ଜାକୁ ଆଗ ହୋଇ ସାମ୍ନା କଲୁ।


 ଏ ଦୁନିଆରେ ତୋ ପରିଚୟ ମୋତେ ଦେଲୁ 

ତୋରି ପ୍ରେରଣାରେ ହିଁ ମୁଁ ବଞ୍ଚି ରହିବା ଶିଖି

ସାହସର ମନ୍ତ୍ର ସଦା ତୋରି ଠାରୁ ହିଁ ପାଇ 

ମୋ ପାଇଁ ତୁ ଆଜି ଏ ମର୍ତ୍ତ୍ୟର ଦେବୀ ପାଲଟିଲୁ।



Rate this content
Log in