STORYMIRROR

Chinmayee Dey

Others

3  

Chinmayee Dey

Others

ହୃଦୟ

ହୃଦୟ

1 min
303

ରାତି ରାତି ତାର ଶବ୍ଦ ଶୁଆଇ ନ ଦିଏ 

କେବେ ଖଣ୍ଡ ଖଣ୍ଡ ହୁଏ 

ପୁଣି କେବେ ଚୁନା ଚୁନା ହୋଇବି

 ନିଜକୁ ନିଖୁଣ ବୋଲି ସେ ଦେଖେଇ ହୁଏ। 

ସବୁ ଭୁଲର କାରଣ ବୋଲି 

ବିଚରା ସତରେ କେତେ ଆଘାତ ପାଏ।

 ନା ନିଜକୁ ଚୁପ୍ ରଖିପାରେ 

ନା ତାର ବିଚଳତା କେହି ବି ବୁଝିନିଏ। 

ଅନ୍ୟର ଦୋଷକୁ ମୁଣ୍ଡରେ ମୁଣ୍ଡେଇ 

ପ୍ରତିଟି ମୁହୂର୍ତ୍ତ ବିରହର ଅଗ୍ନିରେ ଜଳୁଥାଏ। 

ଧୈର୍ଯ୍ୟ ଧରିପାରେ ଅପେକ୍ଷା କରିପାରେ 

ପୁଣି କୋହର ଯନ୍ତ୍ରଣା ଚାପି ରଖି 

ସରଳ ଭାବେ ସବୁ କିଛି ମାନିନିଏ। 

ବିଶ୍ୱାସରେ ତାର ଆଘାତ କେବେ ମିଳେ 

ପୁଣି କେବେ ମିଳେ ଛଳନାର ପ୍ରହାର 

ସବୁ ସହି ସହି କେବେ ହାରମାନି ପୁଣି 

ସବୁଦିନ ପାଇଁ ସେ ନିରବ ହୋଇଯାଏ। 

ସେ ହିଁ ତ ଆମ ଛୋଟିଆ ହୃଦୟ 

ସବୁର ଆରମ୍ଭ ଆଉ ଶେଷର କାରଣ ହୁଏ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍