STORYMIRROR

Chinmayee Dey

Romance

3  

Chinmayee Dey

Romance

ନାମ ହୀନ ସମ୍ପର୍କ -

ନାମ ହୀନ ସମ୍ପର୍କ -

1 min
183


ଲୁହ ଭିଜା ରାତ୍ରିରେ ସୁନେଲି ସ୍ବପ୍ନ କେବେ ଭରି,

 ଅକୁହା ବେଦନା କୁ ହୃଦୟରୁ ଅନୁଭବ କରି,

 ଅଜଣା ଅଚିହ୍ନାରୁ ହୃଦୟର ସ୍ପନ୍ଦନ ହେବାଯାଏ,

ଏକ ଲମ୍ବା ଯାତ୍ରା କରି ।

ଆଜିବି କିଏ ସେ କ'ଣ ଏ ସମ୍ପର୍କ ର ସଂଜ୍ଞା

ବୁଝିବାଟା ସତରେ କଠିନ ଭାରି।


କେବେ ସବୁ ଯନ୍ତ୍ରଣା କୁ ନିଜର ମନେ କରି,

ଅଣନିଃଶ୍ବାସୀ ପିଞ୍ଜରାରୁ ସବୁଦିନ ପାଇଁ ମୁକ୍ତି କରି,

ନିଜେ ଆଘାତ ସହି ଓଠରେ ହସ ଫୁଟାଇବାର ପ୍ରୟାସ, ଅନବରତ ପୁଣି କରି

ଜୀବନଠୁ ନିଜର ହୋଇବି

ସାରା ଜୀବନ ସାଥ୍‌ରେ ନରହିବାଟା କଷ୍ଟ ଦିଏ ଭାରି।


ଆଖୁରୁ ଲୁହ ପୋଛି ଆଖରେ ନିଜ ଘର କରି

ସବୁ ଦୁଃଖକୁ ଅଧା ଅଧା ବାଣ୍ଟି କରି

ପାଖରେ ରହିବି ଦୂରେଇ ରହିବାର ଆବଶ୍ୟକତା,,

ସବୁକିଛି କୁ ଭଲସେ ବୁଝି କରି

 ସମ୍ପର୍କ ର ମୋହରେ ବାନ୍ଧି ଯିଇବି

ସତରେ ଏତ ଏକ ନାମ ହୀନ ସମ୍ପର୍କଟେ ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance