STORYMIRROR

Chinmayee Dey

Abstract Others

3  

Chinmayee Dey

Abstract Others

ଏକ ନିଷିଦ୍ଧ ପୃଥିବୀ

ଏକ ନିଷିଦ୍ଧ ପୃଥିବୀ

1 min
175


ଏକ ନିଷିଦ୍ଧ ପୃଥିବୀରେ ମୋର ଘରଟେ ସତରେ ହୁଅନ୍ତା..

ସବୁତ ରୁହନ୍ତା ମୋ ପାଖେ କିନ୍ତୁ ବନ୍ଧନ କିଛି ନ ରୁହନ୍ତା।

 କିଛି ପାଇବାର ମୋହ ଆଉ ହରାଇବାର କୋହ..

 ସତରେ ଅନୁଭବ ହିଁ ନ ହୁଅନ୍ତା।

ଏକ ନିଷିଦ୍ଧ ପୃଥିବୀରେ ମୋ ଘରଟେ ହୁଅନ୍ତା।

କେବେ ଓଠ ଧାରେ ହସ କେବେ ଦୁଇ ଟୋପା ଲୁହ...

କାହା ସ୍ମୃତି ପାଇଁ ନୁହଁ ନିଜ ପାଇଁ ହିଁ ଝରି ଆସନ୍ତା।

ରାତ୍ରି ବି ରହନ୍ତା ଆଉ ନିଦରେ ସ୍ବପ୍ନ ବି..

କିନ୍ତୁ ସ୍ବପ୍ନ ପୂରଣର ଆବଶ୍ୟକତା ହିଁ ନ ଥାନ୍ତା।

ହଁ ନିଷିଦ୍ଧ ପୃଥିବୀରେ ମୋ ଘରଟେ ହୁଅନ୍ତା।

ରାତ୍ରିର ଚନ୍ଦ୍ରମା ବିସ୍ତୃତ ଆକାଶର ତାରାଗଣ..

ଅତୀତକୁ କେବେ ରମୋନ୍ଥନ ହିଁ ନ କରନ୍ତା।

ସକାଳଟେ ହୁଅନ୍ତା ମୋ ଘରକୁ ଆଲୋକିତ କରିବାକୁ..

କିନ୍ତୁ ପୂରା ଦିନ ପାଇଁ ବ୍ୟସ୍ତତା କିଛି ନ ରୁହନ୍ତା।

ସତରେ ମୋ ଘରଟେ ନିଷିଦ୍ଧ ପୃଥିବୀରେ ହୁଅନ୍ତା।

କେବେ ଦୁଃଖ କେବେ ସୁଖ ଆସନ୍ତା ମୋ ଜୀବନେ..

କିନ୍ତୁ କେହି ଆସିବାର ଅପେକ୍ଷା କେବେ ନ ରୁହନ୍ତା।

ନିଃସଙ୍ଗ ଜୀବନଟେ କେବେ ବୋଝ ପରି ଲାଗନ୍ତା ସତ..

କିନ୍ତୁ ବିଶ୍ବାସଘାତକତାର ଆଘାତ ସହିବାକୁ ନ ପଡନ୍ତା

ଏମିତି ହୁଅନ୍ତା ଏକ ନିଷିଦ୍ଧ ପୃଥିବୀରେ ମୋ ଘରଟେ ହୁଅନ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract