STORYMIRROR

Chinmayee Dey

Tragedy

3  

Chinmayee Dey

Tragedy

କିଛି ଅକୁହା ବେଦନା

କିଛି ଅକୁହା ବେଦନା

1 min
302

 ଜୀବନଟା ଯାକ ମରୁ ମରିଚିକା ପଛେ ଦଉଡ଼ି ଦଉଡ଼ି,

 ଅସଲ ତୃଷ୍ଣାର ମୂଲ୍ୟ ତ ବୁଝି ହେଉଛି।

 ଲୁହ ଯେବେ ଝରି ଚିବୁକକୁ ସ୍ପର୍ଶ କରି

ଓଠ ଧାରେ ଯାଇ ଛୁଇଁ ଯାଉଛି।

ସତରେ ଲୁହର ସ୍ବାଦ ବି କାଇଁ କେଜାଣି ବଦଳି ଯାଉଛି । ସଂପର୍କରେ ତ୍ୟାଗର ଆଢୁଆଳେ ବୋଧେ

ଜର୍ଜରିତ କୋହର କାହାଣୀ ଏଠି ପ୍ରତିଦିନ ଲେଖାଯାଉଛି। ବୁଝେଇବାର ଅକୁହା ଅଭିପ୍ସା ସବୁ ପୁଣି,

ହୃଦୟର ନିଭୃତ କୋଣେ ଶ୍ବାସ ରୁଦ୍ଧ ହୋଇ ମରୁଛି।

ହଁ ଏମିତି ଅନେକ କାହାଣୀ ପ୍ରତିଦିନ ଲେଖା ଯାଉଛି,

କିଏ ଏଠି ହରେଇଦେବାର ଭୟରେ,

ଯନ୍ତ୍ରଣାକୁ ଚାପି ମିଛ ହସର ଛଳନା କରୁଛି।

ତ ଆଉ କିଏ ସବୁ ପାଇଯିବାର ବେଖାତିରରେ,

ବର୍ତମାନର ସବୁକୁ ଭବିଷ୍ୟତର ଅନ୍ଧାରରେ କବଳିତ କରୁଛି।

ସବୁ ବାନ୍ଧି ରଖିବାର ଏକ ଅଜବ ନିଶା,

ଯେମିତି ଆଜି ସତରେ ମୋହଗ୍ରସ୍ତ କରିନେଇଛି।

ଶକ୍ତମୁଠାରେ କେବେ ସବୁ ଚୂରମାର୍ ହୋଇ,

କିଛି କିଛି କେବେ ହାତର ଫାଙ୍କରୁ ଧିରେ ମୁକୁଳି ଯାଉଛି ।ବଞ୍ଚିବାର ସଂଜ୍ଞା ହସିବାର ସଂଜ୍ଞା ନା ଅଛି ଏ ଜୀବନରେ,

 କାହା ପଞ୍ଜୁରୀରେ ସେ ବନ୍ଦିତ ଶାରୀଟେ ପାଲଟିଛି।

ମୁକୁଳିତ ହୋଇଯାଇବି କାଇଁ କେଜାଣି ସେ ଆଜି,

ପୁଣି ସେ ମାୟା ଜାଲକୁ ଟାଣି ହୋଇ ଚାଲିଆସୁଛି।

ଜୀବନ ବାସ୍ତବତାର ଅକୁହା ବେଦନାର କାହାଣୀକୁ,

ଯେବେ ଯେବେ କବିତାର ରୂପ ଦିଆଯାଇଛି,

ନିଜ ଅକୁହା ଭାବନା କିଏ ତା ଭିତରେ ହୃଦବୋଧ କରେ,

ତ କିଏ ପୁଣି ଦୁଇଧାଡ଼ିର ଶବ୍ଦର ଖେଳ ହିଁ ଭାବିନେଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy