STORYMIRROR

puja pradhan

Romance Tragedy

4  

puja pradhan

Romance Tragedy

ଅକୁହା ମନ

ଅକୁହା ମନ

1 min
203

ତୁମ ପାଇଁ ଆଜି କିଛି ମୁଁ ଲେଖିଛି

   ତୁମରି ଭାବନା କୁ ମନ ରେ ରଖି

ପ୍ରତି ମୁହୂର୍ତରେ ତୁମ ପାଇଁ କିଛି ମୁଁ ଭାବୁଛି

  ତୁମେ ଜାଣି ନାହଁ ତୁମରି ସେ ଛବି

ଏବେ ବି ମୋ ମନରେ ଅଛି

   ତୁମରି କେଇ ପଦ କଥା ଯେବେ

ମନେ ପଡି ଯାଏ ମୋତେ

  ଲାଗେ ତୁମେ ହାତ ଠାରି ମୋତେ

    ଡାକୁଛ ସତେ

ଆଖି ଖୋଲି ଯେବେ ଚାରିଆଡ଼କୁ

    ମୁଁ ଚାହୁଁ ଥାଏ

ତୁମରି ସେ ମିଠା କଥା ସେ ମିଠା ହସ

   ଚାରି ଆଡ଼ ତୁମ ମୁହଁ ଦିଶୁ ଥାଏ

ହେଲେ ସବୁ ଦିନପରି ତୁମରି

  ସେ ସ୍ମୃତି ଓ ମୋ ଆଖିର ଲୁହ

ମୋ ପାଖରେ ଥାଏ

ତୁମରି ସେ ସ୍ମୃତି ମୋର ଭାରି ନିଜର

  ଭାବିବିନୀ, ଭାବି ତୁମକଥା

ଭାବେ ମୁଁ ବାରମ୍ବାର

ତୁମରି ଭାବନା ମନରେ ଭରୀ

  ଅକୁହା କଥା କୁ କଲମର ସାହି କରି

ମୋ ମନର ପ୍ରତ୍ୟେକଟି କଥା କୁ

   ସାଧା କାଗଜରେ, କେତେ ଅଭିମାନ

କେତେ ପ୍ରତାରଣା, କେତେ ଲୁହ ଢାଳି ଥିଲି

   ସେସବୁ କଥାର ହିସାବ କରି

ମନେ ନାହିଁ କେତେ କେତେ

   ରାତି ଉଜାଗର ରେ ରହିଛି

ଆଖିର ଲୁହକୁ ପିପି ନିଜେ ବାଟ ଚାଲିଛି

  କାହା ପାଇଁ ପ୍ରେମ ମାନ, ଅଭିମାନ

ହସ ଖୁସିର ଗୋଟେ ମୁହୂର୍ତ ଟିଏ

ହେଲେ ମୋ ପାଇଁ ମୋ ପ୍ରେମ

   ମନ୍ଦିର ରେ ପୂଜା ଦେବତା ଟିଏ

ତୁମେ ଜାଣ ନାହିଁ ତୁମରି ପ୍ରେମ ରେ

    ଏପରି ପାଗଳୀ ହେଲି

ତୁମରି ଭାବନା ମନରେ ରଖି

   କେତେ ଯେ ଗୀତ ଲେଖିଲି

ତୁମରି ପ୍ରେମର ଉପହାର ତୁମେ

   ଏ ପରି ମୋତେ ଦେଲ

ଭାବନା ଢ଼େଉରେ ତୁମ କଥା ଲେଖି

    ଲେଖିକା ଟେ କରି ଦେଲ

ଆଜି ଯେବେ ମୋତେ କିଏ ବି ପଚାରେ

   ଲେଖୁଛି ମୁଁ କାହା ପାଇଁ

ତୁମେ ଜାଣ ନାହିଁ, ତୁମରି ପ୍ରେମ ରେ

  ପ୍ରତ୍ୟକ ଟି ଲେଖା କେବଳ ତୁମରି ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance