STORYMIRROR

Chittaranjan Nanda

Tragedy

4  

Chittaranjan Nanda

Tragedy

ଦେଶ ସ୍ୱାଧୀନତା ଓ ମଣିଷର ମୁକ୍ତି

ଦେଶ ସ୍ୱାଧୀନତା ଓ ମଣିଷର ମୁକ୍ତି

1 min
151


ପ୍ରଶ୍ନଟିଏ ବହୁ ମନରେ ଆସେ

ସତରେ କଅଣ ଆମେ ସ୍ୱାଧୀନ??

ଦେଶର ସ୍ୱାଧୀନତା ଓ ମଣିଷ ମୁକ୍ତି ଭିତର

ପ୍ରଭେଦ ନଜାଣିଲେ, କହିବା ଆମେ ପରାଧୀନ


ଦେଶ ସାର୍ବଭୌମ, ଆମେ ସ୍ୱାଧୀନ

ତ୍ରିରଙ୍ଗା ଉଡେଇ ଜନଗଣ ମନଗଣ ଅଧିନାୟକ

ଜୟ ହେ ଗାଉଛେ, ଆମେ ସ୍ୱାଧୀନ

ଶାସନ ଆମ ଦ୍ୱାରା, ତେଣୁ ଆମେ ସ୍ୱାଧୀନ


ଭୋଗୁଛେ ଯେଉଁ କଷଣକୁ ସେଇ କଷଣ 

ଉପ୍ତାଦନର ସାମଗ୍ରୀ ମୁଷ୍ଠିମେୟ ହାତେ

ଅର୍ଅନୈତିକ ଭାବେ ଆମେ ଅନ୍ୟର ଅଧୀନ, 

ତେଣୁ ନୁହେଁ ମୁକ୍ତ ଆକାଶର ବିହଙ୍ଗ, ବନ୍ଧନ ଜୀବନ

 

ଗରିବ ଖଟିଖିଆ ଦେଶେ ଅଧା ଖାଇ ଉପାସ ରହନ୍ତି

ରାଜନୀତିରେ ମିଛ ପ୍ରତଶ୍ରୁତି, ମିଛ ବାହାନା, ଚାଷୀ

କରେ ଆତ୍ମହତ୍ୟା, ଆକାଶ ଛୁଆଁ ବଜାରର ଦର, 

ଯୁବ ସମାଜ ଆଜି ବେକାରୀ ଡୋରିରେ ବନ୍ଧା, ଆସିବ 

କେଉଁଠୁ ମୁକ୍ତିର ଭାବନା, ତେଣୁ ଆମେ କଅଣ ପରାଧୀନ


ଦେଶ ହୋଇଛି ସ୍ୱାଧୀନ, ଗାଉଛେ ଆନନ୍ଦେ 

ଭାରତ ମାତା କି ଜୟ, ବନ୍ଦେ ମାତରଂର ଗାନ

କିନ୍ତୁ ପେଟ ପାଇଁ ମାଆ ଵିକୁଛି ମାଆ, ନାହିଁ ମୁକ୍ତି,

ତେଣୁ ପ୍ରଶ୍ନ ମନରେ ଆସେ ସତରେ କ'ଣ ଆମେ ସ୍ବାଧୀନ ??


ଋଣଗ୍ରସ୍ତ ଚାଷୀ ମରେ ଆତ୍ମହତ୍ୟା କରି

ଦିନ ଦ୍ଵିପହରେ ଦୁଷ୍କର୍ମ ରାଜନେତା ଦ୍ୱାରା

ଗରୀବ ଧନକୁ ନେତା ମାରି ଖାଏ, ଶିଶୁ ତାର 

ଶୈଶବ ହରାଏ, ନାହିଁ ମୁକ୍ତି, ତେଣୁ ପ୍ରଶ୍ନ ମନରେ

 ଆସେ ସତରେ କ'ଣ ଆମେ ସ୍ବାଧୀନ ??


Rate this content
Log in

Similar oriya poem from Tragedy