STORYMIRROR

Sujata Pati

Tragedy

4  

Sujata Pati

Tragedy

କିଛି ଅକୁହା

କିଛି ଅକୁହା

1 min
199

ଜୀବନରେ କେବେ ପରୀକ୍ଷା ନେବୁନି

   ଗୁହାରୀ କରୁଛି ତୋ ପାଖରେ,

ଅତୀତର ଦୁଃଖ ଯାତନା ମୋହର

   ସବୁ ତୁ ଜାଣିଛୁ ଜଗା ଠାକୁରେ ।


ପ୍ରାରମ୍ଭ ରୁ ଥିଲି ବହୁତ ସରଳ

  ଛନ୍ଦ ,କପଟ 'ଠୁ ଅନେକ ଦୂରେ,

ସେଥିପାଇଁ ବୋଧେ ଆତ୍ମୀୟ ସ୍ବଜନ

  ଛଳ କରୁଥିଲେ ଅନାୟାସରେ ।


ମୋ ମାପ କାଠିରେ ମାପୁଥିଲି ତାଙ୍କୁ

  ସରଳ ନିଷ୍ପାପ ମନ ଭିତରେ,

ଧୋକା ପରେ ଧୋକା,ଛଳ ପରେ ଛଳ

  ଦେଇ ଚାଲିଥିଲେ ପ୍ରତିଦାନରେ ।


ଯେବେ ମୁଁ ଚିହ୍ନିଲି ତାଙ୍କ ସ୍ବରୁପକୁ

   ସବୁଦିନ ପାଇଁ ଦୂରେଇ ଗଲି,

ଦୁଃଖି ମୁଁ ହୋଇନି, ଶାନ୍ତି ମୁଁ ପାଉଛି

  ସବୁ ଦୁଃଖ ତତେ ଜଣାଇ ଦେଲି ।


ହଜେଇ ଦିଏ ମୁଁ ମୋର ଦୁଃଖ ସବୁ

  ତୁ ଚାହିଁ ଦେଲେ ଚକା ଆଖିରେ

ଯେତେ ଭାଵି ଥାଏ କହିବି ତତେ ମୁଁ

  ସବୁ ଭୂଲିଯାଏ ତତେ ଦେଖିରେ ।


ତୁ ମୋ ଅତୀତ, ତୁ ମୋ ଭବିଷ୍ଯତ

   ଆଜି ମୁଁ ବଞ୍ଚିଛି ତୋହରି ପାଇଁ,

ନିରାଶ ,ହତାଶ କରିବୁନି ମୋତେ

  ଦୟା ରଖିଥିବୁ କଳା କହ୍ନେଇ ।


Rate this content
Log in

Similar oriya poem from Tragedy