STORYMIRROR

Sujata Pati

Abstract

4  

Sujata Pati

Abstract

ପ୍ରେମ ଓ ବିଚ୍ଛେଦ

ପ୍ରେମ ଓ ବିଚ୍ଛେଦ

1 min
395


ଈଶ୍ୱର ସୃଷ୍ଟି କୁ ଗଢିଲେ ପ୍ରେମରେ

  ଆନନ୍ଦ ବାଣ୍ଟିବା ପାଇଁ

ଆଜି ର ମଣିଷ ଅବିବେକୀ ହୋଇ

   ପ୍ରେମ ତତ୍ତ୍ଵ ନ ବୁଝଇ।


ଭୂଲ୍ ବୁଝାମଣା ଧୈର୍ଯ୍ୟ ର ଅଭାବେ

  ବିଚ୍ଛେଦ ଟି ଆସିଥାଏ

ପ୍ରକୃତ ପ୍ରେମ କୁ ବୁଝିଥାଏ ଯିଏ

   ବିଚ୍ଛେଦ ର କଷ୍ଟ ପାଏ।


ପାଶ୍ଚାତ୍ୟ ସଭ୍ୟତା ଆଦରି ନେଲେଣି

  ଆଜି ର ପ୍ରେମୀ ଯୁଗଳ

ପ୍ରେମ ହିଁ ଶାଶ୍ଵତ ପ୍ରେମ ହିଁ ବିଶ୍ବାସ

  ବୁଝିବାକୁ ନାହିଁ ବେଳ।


ପ୍ରତାରଣା ପାଇ ଆଜିର ଯୁବତୀ

  ବିବେକ ହରାଇ ଥାଏ

ନିନ୍ଦା ଅପବାଦ ସହି ନପାରି ସେ

  ଆତ୍ମ ହତ୍ୟା କରିଥାଏ।


ପ୍ରେମ ଶବ୍ଦ ଏକା ପ୍ରଯୁଜ୍ୟ ନୁ‌ହଁଇ 

  ପ୍ରେମିକ ପ୍ରେମିକା ପାଇଁ

ପଶୁ ପକ୍ଷୀ ମଧ୍ଯ ବିଚ୍ଛେଦ ବୁଝନ୍ତି

  ଭ୍ରମର ଯେ ଫୁଲ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract