STORYMIRROR

Sujata Pati

Classics Others

4  

Sujata Pati

Classics Others

ବିଷାକ୍ତ ପୃଥିବୀ

ବିଷାକ୍ତ ପୃଥିବୀ

1 min
373

    

ଈଶ୍ୱର ସୃଷ୍ଟିକୁ ଗଢିଲେ ଶ୍ରଦ୍ଧାରେ

  କେତେ ସୁନ୍ଦରତା ଦେଇ

ନଦ ନଦୀ ବନ ପର୍ବତ ଝରଣା

   ଅପୂର୍ବ ସୌନ୍ଦର୍ଯ୍ୟ ନେଇ।


ଧରଣୀ ରାଣୀ ତ ହସି ଉଠୁଥିଲା

  ଶସ୍ୟ ଶ୍ଯାମଳା ହୋଇ

ଜୀବଜନ୍ତୁ ପ୍ରଭୁ ସୃଷ୍ଟି କରିଥିଲେ

  ମାନବେ ବିବେକ ଦେଇ।


ସତ୍ୟ,ଦ୍ଵାପର,ତ୍ରେତୟା ଯୁଗରେ

  ମାନବ ବିବେକୀ ଥିଲା

କଳିଯୁଗରେ ସେ ପାପଗ୍ରସ୍ତ ହୋଇ

  ବିବେକକୁ ଜାଳି ଦେଲା।


ପ୍ରଭୁଙ୍କ ସୃଷ୍ଟିରେ ସୁନ୍ଦର ପୃଥିବୀ

  ବିଷାକ୍ତ ଯେ ହୋଇଗଲା

ଜଳ ପ୍ରଦୂଷଣ ବାୟୁ ପ୍ରଦୂଷଣ

  ଖାଦ୍ୟ ପ୍ରଦୂଷଣ ହେଲା।


ମନ ପ୍ରଦୂଷଣ ହେବାରୁ ମଣିଷ

  ବିବେକକୁ ହଜାଇଲା

ହତ୍ଯା,ଲୁଣ୍ଠନ,ଦୁଷ୍କର୍ମ,ଶୋଷଣ

  ଅବାଧରେ କରିଗଲା।


ଆଜିର ପୃଥିବୀ ବିଷାକ୍ତ ହୋଇଣ

  ସତ୍ୟ ଯେ ଲୁଚିଗଲା

ମିଥ୍ଯାର ଆଶ୍ରୟେ ଚାଲିଲେ ସଭିଏଁ

  ଶାନ୍ତିର ବିଲୋପ ହେଲା।


ସଚେତନ ହେଲେ ମାନସିକ ସ୍ତରେ

  ବିଷାକ୍ତ ହେବନି ଧରା

ସୁନ୍ଦର ପୃଥିବୀ ଫେରିବ ନିଶ୍ଚିତ

  ସାହା ହେବେ ଚକାଡୋଳା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics