STORYMIRROR

ସୁମନ୍ତ ସାହୁ

Abstract Classics Inspirational

4  

ସୁମନ୍ତ ସାହୁ

Abstract Classics Inspirational

ନାରୀଟିଏ ମୁଁ

ନାରୀଟିଏ ମୁଁ

2 mins
1.0K

ଶତରୂପା ନାମେ ହିନ୍ଦୁ ପୁରାଣରେ ହେଇଛି ମୁଁ ଆଦ୍ୟ ନାରୀ ,

ବାଇବେଲ ମୋତେ ଈଭ୍ ନାମେ ଡାକେ ମୁଁହି ତ ପ୍ରଥମ ନାରୀ।


ସୃଷ୍ଟିକର୍ତ୍ତା ବ୍ରହ୍ମା ସୃଷ୍ଟିର ଦାୟିତ୍ୱ ଧରେଇ ଦେଲେ ମୋ ହାତେ ,

ଧରିତ୍ରୀ ନାମରେ ପାଳୁଛି ସଭିଙ୍କୁ ଦୁଖଃ ସୁଖ ନେଇ ହାତେ ।


ଦ୍ୱାପର ଯୁଗରେ ହେଲି ଚୀରହର୍ତ୍ତା ମୁଁ ପୂର୍ଣ୍ଣ କୁରୁସଭା କୋଳେ,

ଅନେକ ସନ୍ଦେହୀ ପ୍ରଶ୍ନିଳ ଦୃଷ୍ଟିରେ ମୋ ସତୀତ୍ୱକୁ ପ୍ରଶ୍ନ କରିଥିଲେ ।


ତ୍ରେତୟା ଯୁଗରେ ଅପହୃତା ହେଲି ବେଦନାର ଦଗ୍ଧ ସତ୍ତ୍ୱେ,

ସତୀ ହେବା ପାଇଁ ସବୁ ଯୁଗେ ଅଗ୍ନି ପରୀକ୍ଷା ଦେବାକୁ ପଡୁଛି ମୋତେ ।


ଭିନ୍ନ ଭିନ୍ନ ନାମ କର୍ମ ମୋ ସମାନ କେହି କେବେ ବୁଝିନାହିଁ,

କେବେ ସାଜେ ଜାୟା,କେବେ ସାଜେ ଭଗ୍ନୀ, ପୁଣି ଜନନୀ ରୂପରେ ମୁହିଁ ।


ଦୁଇ କୁଳକୁ ହିତା ନାମ ମୋ ଦୁହିତା ଦୁଇ ପରିବାର ପାଳେ ,

କର୍ତ୍ତବ୍ୟର ଆଳରେ ସବୁ ଦୁଃଖ-ସୁଖ ଅପଣାଇ ନିଜ କୋଳେ ।


ଜନମ କାଳରୁ ଦୁଖଃକୁ ନିଜର ଗଳାମାଳି କରି ପିନ୍ଧିଆସିଛି ,

ସାରା ଜୀବନକୁ ଅନ୍ୟଖୁସି ପାଇଁ ତିଳ ତିଳ କରି ବାଣ୍ଟି ଚାଲିଛି।


ସନ୍ତାନ ଆଶ୍ରାରେ ପ୍ରତିଟି ମାସରେ କେତେ ରିଷ୍ଟକୁ ମୁଁ ଖଣ୍ଡିଛି,

ଭୋକ ଉପାସରେ ବିନା ବିଶ୍ରାମରେ ଦାୟିତ୍ୱ ମୁଁ କରି ଚାଲିଛି ।


ସାବିତ୍ରୀ ସାଜି ମୁଁ ଯମଦେବଙ୍କ ଠୁ ମୋ ସତ୍ୟବାନଙ୍କୁ ଆଣିଛି,

ବୀର ଯବାନଙ୍କୁ ଜନମ ଦେଇ ମୁଁ ଦେଶରକ୍ଷା କରିଅଛି ।


ପ୍ରସବ ବେଦନା କେ କାହୁଁ ଜାଣିବ ମୁଁହି ଏକା ତାକୁ ସହିଛି ,

ଏକା ସଙ୍ଗେ ଯେବେ ହାଡ଼ ଦଶଖଣ୍ଡ ଶରୀରରୁ ମୋର ଭାଙ୍ଗିଛି।


ହାତ କଟିଗଲେ ରକ୍ତ ବୋହିଗଲେ ତୁମେ କଷଣେ ପରନା ସହି

ପ୍ରତିଟି ମାସରେ ପାଞ୍ଚ ଦିନ ମୋର କେତେ ଲୁହ ଲହୁ ଯାଏ ବହି


ଆଖିରେ ମୁଠା ମୁଠା ଲୁହ ଛାତିରେ ଅସରାଏ କୋହ,

ପୁଣି କମନିୟତାର ପେଡି ଧରି ମୁଁ ଜାବୁଡି ବାଟ ଚାଲେ ଅହରହ ।


ପ୍ରକୃତ ନାରୀ ମୁଁ ଅନ୍ୟାୟ ଦେଖିଲେ ମାଆ ଦୁର୍ଗା ରୂପ ଧରେ,

ପାପୀକୁ କ୍ଷଣୀକେ ନାଶ କରେ ଯିଏ ସୀମା ଉଲଂଘନ କରେ ।


ଦରକାର ବେଳେ ବିରାଙ୍ଗନା ସାଜି ଦେଶ ପାଇଁ ମୋର ଲଢ଼େ,

ନିଜ ଜୀବନକୁ ବାଜି ଲଗାଇ ମୁଁ ଶତ୍ରୁଙ୍କୁ ଦେଶରୁ ତଡେ ।


ଦୀପ ପରି ମୁଁ ଯେ ନୀତି ଜଳୁଥାଏ ପରିବାର ସୁଖ ପାଇଁ,

ନିଜ ଜୀବନକୁ ଅନ୍ଧାରରେ ରଖି ଦୁଖଃ ଦେଲ ଯାଏ ପିଇ ।


ବିଶାଳ ସାଗର ପରି ହୃଦୟ ମୋହର ମୁହେଁ ଥାଏ ନୀତି ହସ ,

ପ୍ରତିଦାନେ ସଂସାରରେ ବାଣ୍ଟୁଥାଏ ମୁହିଁ ମମତାର ଅସରନ୍ତି ରସ ।


ପୁରୁଷ ପ୍ରଧାନ ଏଇ ସମାଜେ ଆଜି ଅବହେଳିତ ମୋ ଜାତି,

ପ୍ରକୃତ ସମ୍ମାନର ବୀଜ ବଳେ ବିଶ୍ୱେ ଅଙ୍କୁରିବ ସଦ୍ୟ ଶାନ୍ତି ।


ନାରୀଟିଏ ମୁଁ ନଥାଏ ମନରେ ମୋର କେବେ ମଳିନ କ୍ଳେଶ,  ପ୍ରଣାମ ଘେନ ହେ ବିଶ୍ୱ ନିଅନ୍ତା ଆଜି ପରା ବିଶ୍ୱ ମହିଳା ଦିବସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract