STORYMIRROR

ସୁମନ୍ତ ସାହୁ

Romance Fantasy

4  

ସୁମନ୍ତ ସାହୁ

Romance Fantasy

ଭାବନା ରାଇଜ

ଭାବନା ରାଇଜ

1 min
361

ଏଇ ସବୁଜ ଘାସ ଗାଲିଚାର ଚୁପଚାପ

ଚଟାଣ ଉପରେ ମୋ ହୃଦୟକୁ ଆଜି ତୁମକୁ ସମର୍ପି ଦେଉଛି...

ଥରେ ଆସି ମୋ ହୃଦୟକୁ ଆପଣେଇ ନିଅ ,

ଆଉ ସବୁ ଜନ୍ମ ପାଇଁ ମୋତେ ତୁମର କରିନିଅ !!


ଏଇ ନୀଳ ଆକାଶର ଗୁମ୍ ସୁମ୍ ବିଶାଳ ଛାତିରେ ମୋ ବାହୁ ଆଜି ତୁମକୁ ଖୋଜୁଛି ...

ଥରୁଟିଏ ଆସି ମିଠା ଆଲିଙ୍ଗନଟିଏ ଦେଇଯାଅ,

ତୁମ କୋମଳ ହାତର ସ୍ପର୍ଶରେ ମୋ ବିକ୍ଷିପ୍ତ ଶରୀରକୁ ଛୁଇଁଯାଅ !!


ଏଇ ସମୟ ଘଡିର ଟିକ୍ ଟିକ୍ ଶବ୍ଦରେ

ମୋ ହୃଦୟର ସ୍ପନ୍ଦନକୁ ମୁଁ ଆଜି ମାପୁଛି..

ନିଃଶବ୍ଦ ଧ୍ୱନିର ଲମ୍ବାଲମ୍ବା ପାହୁଣ୍ଡ ପକାଇ ଚୁପିଚୁପି ଆସିଯାଅ,

ଥରୁଟିଏ ପାଖେ ବସି ମୋର ଭାରାକ୍ରାନ୍ତ ଭାବନାକୁ ମାରିଦିଅ !!


ଏଇ ବିଜନ ବେଳାର ଫାଙ୍କା ଫାଙ୍କା ଆଲୁଅରେ ମୋ ଏକାନ୍ତତା ଆଜି ତୁମକୁ ଖୋଜୁଛି..

ଝିଲ୍ ମିଲ୍ ଆଲୁଅର ସୁଅରେ ଓଢଣୀକୁ ଟାଣି ଆସିଯାଅ,

ଆଉ ମୋର ସବୁ ପ୍ରତୀକ୍ଷାର ଅନ୍ତ କରିଦିଅ !!


ଏଇ ଆଧୁନିକ ଭ୍ରାମ୍ୟମାଣ ଯନ୍ତ୍ରର କଜ୍ଜ୍ଵଳ ସଜ୍ଜ୍ଵଳ ଆଖିରେ ତୁମ ରମଣୀୟ ଫୋଟୋଚିତ୍ରକୁ ମୁଁ ନିଇତି ତୋଳୁଛି..

ମନ ଗ୍ୟାଲେରୀର ପ୍ରଥମ ଧାଡିରେ ତୁମ ପାଦକୁ ଥାପିଦିଅ,

ଆଉ ତୁମ ନିର୍ଜୀବ ଚିତ୍ରକୁ ଜୀବନ୍ୟାସଟିଏ ଦେଇଯାଅ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance