STORYMIRROR

ସୁମନ୍ତ ସାହୁ

Others

4  

ସୁମନ୍ତ ସାହୁ

Others

ତୁମ ବିନା ମୋ ଛଅ ଋତୁ

ତୁମ ବିନା ମୋ ଛଅ ଋତୁ

1 min
296

ମୁଁ ଏମିତିକା ଗ୍ରୀଷ୍ମଟିଏ,

ଯାହା ପାଇଁ ମୁନ୍ଦାଏ ଗ୍ରୀଷ୍ମଲହରୀ ହେଇ ପ୍ରବାହ ହେବା ମନା

ଜଳିବା ଆଉ ଜାଳିବା ଦୁହିଁଙ୍କ ଅସର ମୋତେ ପଡେନା ।


ମୁଁ ଏମିତିକା ବରଷାଟିଏ,

ଯାହାକୁ ଚାତକ ବି ଥରେ ହାତଠାରି ଡ଼ାକେନା

ସବୁଜର ପୁଟ ଆଉ ମୌସୁମୀର ଛୁଆଁ ବି ମୋପାଇଁ ମନା।


ମୁଁ ଏମିତିକା ବସନ୍ତଟିଏ,

ଯାହା ପାଇଁ ମଳୟ ପବନ ବି କେବେ ବହେନା

ଫଗୁଣର ସାତରଙ୍ଗ ଆଉ କୋଇଲିର ଗୀତ ମୋ ପାଇଁ ମନା ।


ମୁଁ ଏମିତିକା ଶରତଟିଏ,

ଯାହାକୁ ପତ୍ରଝଡା ଦେଇ ନୂଆ ପତ୍ରକୁ ଜନ୍ମିବା ମନା

କାଶତଣ୍ଡି ହୋଇ ହସିବା ବି ମୋ ପାଇଁ ମନା ।


ମୁଁ ଏମିତି ଶୀତଟିଏ,

ଉତ୍ତରା ପବନ ଆଉ ଉଷୁମ ସେଜର ବାସ୍ନା ମୋତେ ମନା

ସୁନାର ଫସଲ ଫଳେଇ ହସ ଫୁଟେଇବା ବି ମୋ ପାଇଁ ଆଜି ମନା ।


ମୁଁ ଏମିତିକା ହେମନ୍ତଟିଏ,

ଯାହାକୁ କାକରର ଶୀତଳ ଛିଟା ଦେବା ମନା

ହିମପାତର ଧଳା ବରଫ ଚାଦରଟିଏ ହେବା ମନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍