STORYMIRROR

ସୁମନ୍ତ ସାହୁ

Inspirational

3  

ସୁମନ୍ତ ସାହୁ

Inspirational

କୃଷକ ନାମ ଯେ ମୋର

କୃଷକ ନାମ ଯେ ମୋର

1 min
190


ଚାଷୀକୁଳେ ଅଟେ ଜନମ ମୋର

କୃଷକ ଅଟଇ ନାମ ମୋହର !!


ପଖାଳ କଂସାରେ ଖୁସୀ ଯେ ମୋର

ଭାତ,ଶାଗ ଖାଇ ପୁରେ ଉଦର !!


ସକାଳରୁ ସଞ୍ଜ କ୍ଷେତରେ ମୋର

ଖରା ବରଷାକୁ ନାହିଁ ଖାତିର୍ !!


ହଳ ଲଙ୍ଗଳକୁ କରିଛି ସାଥି

କାଳିଆ କସରା ଥାନ୍ତି ନୀତି !!


ସୁନାର ଫସଲ ଫଳାଏ ମୁହିଁ

ମୁଣ୍ଡ ଝାଳ ତୁଣ୍ଡେ ମାରି କଷ୍ଟଯାଏ ପିଇ !!


ଖୁଦ ଭଜା ଆଉ ମାଣ୍ଡିଆ ଜାଉ

ସାଥେ ଥିଲେ ମୋର କି ଲୋଡ଼ା ଆଉ !!


ସଞ୍ଜ ହେଲେ ଯାଏ ଗାଁ ଆଖେଡା

ଭାଗବତ ସାଙ୍ଗେ ପୁରାଣ ଲୋଡ଼ା !!


ଧୋଇ ମରୁଡ଼ିରେ ଲାଗଇ କଷ୍ଟ

ସାହା ଏକା ସେଇ ପରାଣ ଇଷ୍ଟ !!


ସବୁଜ ବିପ୍ଳବ ମିଛ ନାଁ ରେ

ନେତା ମନ୍ତ୍ରୀ ଆଜି ମୋ ଦେଶ ଲୁଟେରେ!!


ପରିଶ୍ରମ କରେ ଦେଶ ପାଇଁ ଲଢ଼େ

ଶାନ୍ତିଟିକେ ପାଇବାକୁ ସମ୍ମାନ ଲୋଡ଼େ !!  


 ଜୟ ଯବାନ ଜୟ କିଷାନ ନାରାରେ

ଦେଶବାସୀ ଚାଲି ଯାଆନ୍ତୁ ମୋ ପିଠିରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational