ମହାଦେବଙ୍କ ଶହେ ପବିତ୍ର ନାମ
ମହାଦେବଙ୍କ ଶହେ ପବିତ୍ର ନାମ
୧- ଶିବ:-
କଲ୍ୟାଣ ସ୍ୱରୂପ ନାମ ଆହେ ଦିନ ବାନ୍ଧବ,
ସେଥିପାଇଁ ନାମ ତୁମ ହେଲା ପରା ଶିବ !!
୨-ମହେଶ୍ୱର
ପ୍ରଭୁଙ୍କ ପ୍ରଭୁ ବୋଲି ଜାଣେ ଏ ସଂସାର ,
ସେଥିପାଇଁ ନାମ ତୁମ ଅଟେ ମହେଶ୍ୱର !!
୩-ଶମ୍ଭୁ
ଆନନ୍ଦ ସ୍ୱରୂପ ବୋଲି ତୁମେ ପରା ବନ୍ଧୁ,
ସେଥିପାଇଁ ନାମ ତୁମ ଅଟେ ଶିବଶମ୍ଭୁ !!
୪-ପିନାକ(ଶିବଧନୁ)
ଧନୁକୁ ଧାରିଣ ତୁମ ଆହେ ପିନାକୀନ,
ସେଥିପାଇଁ ଅଟେ ପ୍ରଭୁ ପିନାକ ଯେ ନାମ !!
୫-ଚନ୍ଦ୍ର ଶେଖର
ଚନ୍ଦ୍ରକୁ ଧରିଛ ପ୍ରଭୁ ମସ୍ତକେ ତୁମର,
ସେଥିପାଇଁ ନାମ ତୁମ ହେଲା ଚନ୍ଦ୍ର ଶେଖର !!
୬-ବାମଦେବ
ଅତ୍ୟନ୍ତ ସୁନ୍ଦର ବୋଲି ସଂସାରେ ଉଦ୍ଭବ,
ସେଥିପାଇଁ ନାମ ହେଲା ଆହେ ବାମଦେବ !!
୭-ଭୀରୁପାକ୍ଷ
ସଭିଙ୍କଠୁ ଭିନ ବୋଲି ନାହିଁ କେହି ସମକକ୍ଷ
ଅକ୍ଷୀ ପାଇଁ ତୁମେ ହେଲ ଆହେ ଭୀରୁପାକ୍ଷ !!
୮-କର୍ପଦୀ(ଜଟାଧାରୀ)
ଜଟାକୁ ଧାରିଛ ବୋଲି ତୁମେ ଅନାଦି,
ସେଥିପାଇଁ ନାମ ହେଲା ତୁମର କର୍ପଦୀ !!
୯-ନୀଳଲୋହିତ
ନାଲି ନୀଳ ସମହାରେ ତୁମେ ଯେ ବିଚିତ୍ର,
ଡାକନ୍ତି ତୁମକୁ ଜନେ ପ୍ରଭୁ ନୀଳଲୋହିତ !!
୧୦-ଶଙ୍କର
କଲ୍ୟାଣ କରତା ବୋଲି ଜାଣଇ ସଂସାର,
ସେଥିପାଇଁ ନାମ ଅଟେ ତୁମର ଶଙ୍କର !!
୧୧-ଶୂଳପାଣି
ତ୍ରିଶୂଳ ହାତରେ ଧରି ନିଅ ମନକିଣି ,
ସେଥିପାଇଁ ନାମ ତୁମ ଆହେ ଶୂଳପାଣି !!
୧୨-ଖଟୱାଙ୍ଗ
ବୁହାଇଛ ହାଡ଼ ପ୍ରଭୁ ଲଗାଇ ଶ୍ରୀଅଙ୍ଗ,
ସେଥିପାଇଁ ତୁମ ନାମ ଅଟେ ଖଟୱାଙ୍ଗ !!
୧୩-ବୁଷ୍ଣୁବଲ୍ଳଭ
ବିଷ୍ଣୁଙ୍କର ପ୍ରିୟ ବୋଲି ଅଟେ ତୁମେ ଦିବ୍ୟ,
ସଂସାର ବିଖ୍ୟାତ ତୁମେ ହେ ବିଷ୍ଣୁବଲ୍ଲଭ !!
୧୪-ଶିପିବିଷ୍ଟ
ଚମତ୍କାର ଆଲୋକ ଧରି କରୁଛ ଆକୃଷ୍ଟ
ଡାକନ୍ତି ସଭିଏଁ ପ୍ରଭୁ ଆହେ ଶିପିବିଷ୍ଟ !!
୧୫-ଆମ୍ବିକାନାଥ
ମାତା ଅମ୍ବିକାର ପତି ବୋଲି ବୋଲଇ ଜଗତ,
ସେଥିପାଇଁ ନାମ ହେଲା ପ୍ରଭୁ ଆମ୍ବିକାନାଥ !!
୧୬-ଶ୍ରୀକଣ୍ଠ
ସବୁଠୁ ସୁନ୍ଦର ଅଟେ ପ୍ରଭୁ ତୁମ କଣ୍ଠ,
ସେଥିପାଇଁ ନାମ ତୁମ ହେଲା ଯେ ଶ୍ରୀକଣ୍ଠ !!
୧୭-ଭକ୍ତବତ୍ସଳ
ଭକ୍ତର ଭାବକୁ ତୁମେ ପାଖରୁ ଅଣ୍ଡାଳ,
ସେଥିପାଇଁ ତୁମେ ନାମ ଭକତ ବତ୍ସଳ !!
୧୮-ଭଵ
ସ୍ୱୟଂ ଅସ୍ଥିତରେ ପ୍ରକଟିତ ବୋଲି ସବୁ ତ ସମ୍ଭବ ,
ଜଗତରେ ତୁମ ନାମ ଅଟଇ ଯେ ଭଵ !!
୧୯-ସର୍ଵ
ଦୁଖଃ କଷ୍ଟ ନାଶ ବୋଲି ହେ ଦିନ ବାନ୍ଧବ,
ସଭିଏଁ ଡାକନ୍ତି ପ୍ରଭୁ ତୁମକୁ ଯେ ସର୍ଵ !!
୨୦-ତ୍ରିଲୋକେଶ
ତିନି ଲୋକେ ସ୍ୱାମୀ ବୋଲି ଅଛି ତୁମ ଯଶ,
ସେଥିପାଇଁ ତୁମେ ପ୍ରଭୁ ଅଟ ତ୍ରିଲୋକେଶ !!
୨୧-ଶ୍ରୀତିକଣ୍ଠ
ଶ୍ୱେତରଙ୍ଗ କଣ୍ଠ ବୋଲି ଜଗତରେ ଶ୍ରେଷ୍ଠ,
ସେଥିପାଇଁ ନାମ ତୁମ ଅଟେ ଶ୍ରୀତିକଣ୍ଠ !!
୨୨-ଶିଵପ୍ରିୟ
ପାର୍ବତୀ ପ୍ରେୟସୀ ବୋଲି ସଭିଙ୍କର ପ୍ରିୟ
ସେଥିପାଇଁ ନାମ ତୁମ ଅଟେ ଶିଵପ୍ରିୟ !!
୨୩-ଉଗ୍ରରୂପ
ଦୁଷ୍ଟଙ୍କ ସଂହାର ପାଇଁ ଧରିଲ ଏ ରୂପ
ଡାକନ୍ତି ଦେବତାଗଣ ତୁମକୁ ଉଗ୍ରରୂପ !!
୨୪-କପାଳି
କଣ୍ଠରେ ପକାଇ ଅଛ କପାଳର ମାଳି
ସେଥିପାଇଁ ନାମ ତୁମ ଅଟେ ଯେ କପାଳି!!
୨୫-କାମାରୀ
କାମ ମୋହଠାରୁ ଦୂରେ ତୁମେ ନାହିଁ ତୁମ ସରି,
ସେଥିପାଈଁ ତୁମ ଆଜି ବୋଲାଓ କାମାରୀ !!
୨୬-ଅନ୍ଧକାରସୁରସୁଦନ
ଅନ୍ଧକାର ରୂପୀ ଅସୁରକୁ ତୋଡିତୁମେ ଦେଲ ଦିବ୍ୟଜ୍ଞାନ ,
ସେଥିପାଇଁ ନାମ ହେଲା ଅନ୍ଧକାରସୁରସୂଦନ !!
୨୭-ଗଙ୍ଗାଧର
ଜଟାରେ ଗଙ୍ଗାକୁ ତୁମେ କରିଛ ଧାରଣ,
ଗଙ୍ଗାଧର ନାମ ତୁମ ସେଥିପାଇଁ ଜାଣ !!
୨୮-ଲଲାଟକ୍ଷ
ଲଲାଟ ଦେଶେ ତୁମରି ଅକ୍ଷୀ ଅବସ୍ଥିତ,
ସେଥିପାଇଁ ଲଲାଟକ୍ଷ ନାମରେ ନାମିତ !!
୨୯-କାଳାକାଳ
କାଳର କାଳ ତୁମେ ଅଟେ କାଳାକାଳ,
ସଂସାରେ ଏଇ ନାମ ଯେ ଅଟଇ ବିରଳ!!
୩୦-କୃପାନିଧି
କରୁଣାର ଭଣ୍ଡାର ବୋଲି ଅଟ କୃପାନିଧି,
ବିଶ୍ୱ ନିଅନ୍ତା ତୁମେ ଆହେ ଦୟାନିଧି !!
୩୧-ଭୀମ
ଭୟଙ୍କର ଆକାର ତୁମ ନାହିଁ ତୁମ ସମ,
ସେଥିପାଇଁ ନାମ ଅଟେ ତୁମର ଯେ ଭୀମ !
୩୨-ପର୍ଶୁହସ୍ତ
ନିରାକାର ଆକାର ତୁମେ ଅଟ ସର୍ଵବ୍ୟାପ୍ତ,
ପର୍ଶୁକୁ ହାତରେ ଧରି ତୁମେ ପର୍ଶୁହସ୍ତ !!
୩୩-ମୃଗପାଣି
ମୃଗ ହସ୍ତରେ ଧାରଣ କରି ମୃଗପାଣି,
ଶାନ୍ତ ସରଳ ସ୍ୱଭାବେ ତୁମେ ମନ ନିଅ ଜିଣି!!
୩୪-ଜଟାଧର
ଜଟାକୁ ଧାରଣ କରି ହେଲ ଜଟାଧର,
ସଂସାର ପାଳୁଛ ପ୍ରଭୁ ତୁମେ ମାୟାଧର !!
୩୫-କୈଳାସବାସୀ
କୈଳାସ ପର୍ବତରେ ବାସ ତୁମ ଆହେ କଳା ଶଶୀ ,
ସେଥିପାଇଁ ସଂସାର ଜାଣେ ତୁମକୁ କୈଳାସବାସୀ !!
୩୬-କବଚୀ
କବଚ ଧାରଣ କରି ହେଲ ଯେ କବଚୀ,
ସବୁଗୁଣେ ଶ୍ରେଷ୍ଠ ତୁମେ ଆହେ ପାର୍ବତୀ ପତି !!
୩୭-କଠୋର
ଦୃଢ଼ ଶରୀର ଧାରଣ ଯେବେ ତୁମେ କର,
ସଂସାର ବୋଲଇ ତୁମକୁ ପ୍ରଭୁ କଠୋର !!
୩୮-ତ୍ରିପୁରାନ୍ତକାରୀ
ତିନିପୁର ଅସୁରର ସଂହାର କରି,
ହେଲ ତୁମେ ତ୍ରିପୁରାନ୍ତକାରୀ !!
୩୯-ବୃଷଙ୍କ
ବୃଷଭର ଧ୍ବଜା ଉଡେ ବୋଲି ତୁମେ ଯେ ବୃଷଙ୍କ,
ଶୀତଳଠୁ ଶୀତଳ ତୁମେ ଆହେ ପ୍ରଭୁ ଶଶାଙ୍କ !!
୪୦-ବୃଷଭାରୂଢ଼
ବୃଷଭ ଉପରେ ବସି ସଂସାର ବୁଲୁଛ,
ବୃଷଭାରୂଢ଼ ନାମେ ସଂସାରେ ବିଖ୍ୟାତ !!
୪୧-ଭସ୍ମଧୂଳିସୂତବିଗ୍ରହ
ପ୍ରତିଦିନ ବିଗ୍ରହରେ ତୁମ ଭସ୍ମ ହୁଏ ଲେପନ,
ସେଥିପାଇଁ ଭସ୍ମଧୂଳିସୂତବିଗ୍ରହ ନାମ ଯେ ଜାଣ !!
୪୨-ସାମପ୍ରିୟ
ସମାନତାର ପ୍ରିୟ ବୋଲି ଜାଣେ ଏ ଜଗତ,
ସାମପ୍ରିୟ ନାମେ ପ୍ରଭୁ ହେଲ ତୁମେ ବିଖ୍ୟାତ !!
୪୩-ସ୍ୱରମୟୀ
ସାତ ସୁରେ ପ୍ରଭୁ ତୁମେ ଅଛ ବିଦ୍ୟମାନ,
ସ୍ୱରମୟୀ ନାମ ତୁମ ଅଛି ଚିରନ୍ତନ !!
୪୪-ତ୍ରୟୀମୂର୍ତ୍ତି
ବିଗ୍ରହ ତୁମର ପ୍ରଭୁ ବେଦ ଆକାରର,
ସେଥିପାଇଁ ନାମ ହେଲା ତ୍ରୟୀମୂର୍ତ୍ତି ତୁମର !!
୪୫-ଅନିଶ୍ୱର
ସ୍ୱୟଂ ସମସ୍ତଙ୍କ ସ୍ୱାମୀ ବୋଲି ଜଣାଇ ସଂସାର,
ସେଥିପାଇଁ ନାମ ତୁମ ହେଲା ଅନିଶ୍ୱର !!
୪୬-ସର୍ବଜ୍ଞ
ସବୁକିଛି ଜଣା ବୋଲି ନାମ ଯେ ସର୍ବଜ୍ଞ,
ତୁମ ନାମ ଧରିନେଲେ କାର୍ଯ୍ୟ ହୁଏ ଶୁଭ !!
୪୭-ପରମାତ୍ମା
ସବୁ ଆତ୍ମା ମଧ୍ୟେ ତୁମେ ସର୍ବୋଚ୍ଚ,
ପରମାତ୍ମା ନାମେ ଡାକେ ଜଗତ !!
୪୮-ସମାସୁରଗ୍ନିଲୋଚନ
ଚନ୍ଦ୍ର,ସୂର୍ଯ୍ୟ,ଅଗ୍ନି ରୂପକ ନୟନ ଅଟେ ଯେ ତୁମର,
ସମାସୁରଗ୍ନିଲୋଚନ ନାମେ ଜାଣେ ଏ ସଂସାର !!
୪୯-ହବି
ସର୍ଵ ସମ୍ପତ୍ତିକୁ ତୁମେ ଦେଇଥିଲ ଆହୁତି,
ହବି ନାମେ ବ୍ରହ୍ମାଣ୍ଡରେ ପାଇଲ ସୁଖ୍ୟାତି !!
୫୦-ଯଜ୍ଞମୟ
ଯଜ୍ଞର ସ୍ୱରୂପ ତୁମେ ଆହେ ଯଜ୍ଞମୟ,
ସର୍ଵ ଦିଗପାଳ ସହ ପ୍ରଭୁ ତୁମେ ରହିଥାଅ !!
୫୧-ସୋମ
ଉମାଙ୍କ ସହ ରୂପ ବୋଲି ନାମ ହେଲା ସୋମ,
ତ୍ରିଭୁବନେ ଅତୁଳନୀୟ ତୁମ ରୂପ ଅନୁପମ !!
୫୨-ପଞ୍ଚବ୍ୟକ୍ତ
ପାଞ୍ଚଟି ମୁଖର ସମାହାରେ ହୁଅ ଯେବେ ଆବିର୍ଭୂତ,
ସଂସାର ବୋଲଇ ତୁମକୁ ପ୍ରଭୁ ଆହେ ପଞ୍ଚବ୍ୟକ୍ତ !!
୫୩-ସଦାଶିବ
ସର୍ବଦା କଲ୍ୟାଣର ସ୍ୱରୂପ ତୁମେ ପ୍ରଭୁ ସଦାଶିବ,
ସ୍ଥାବର ଜଙ୍ଗମ କୀଟେ ତୁମେ ଆବିର୍ଭାବ !!
୫୪-ବିଶେଶ୍ୱର
ବିଶ୍ୱର ଈଶ୍ୱର ତୁମେ ପ୍ରଭୁ ବିଶେଶ୍ୱର,
ଶାନ୍ତି,ଦୟା,ପ୍ରେମର ତୁମେ ତ ଆଧାର !!
୫୫-ବୀରଭଦ୍ର
ବୀର ତଥା ଶାନ୍ତିର ପ୍ରତୀକ ତୁମେ ପ୍ରଭୁ ବୀରଭଦ୍ର ,
ଦକ୍ଷର ଗର୍ବକୁ ଖଣ୍ଡନ କଲ ପ୍ରଭୁ ତୁମେ ମହାରୁଦ୍ର !!
୫୬-ଗଣନାଥ
ଗଣ ପ୍ରେତଙ୍କର ଅଟ ତୁମେ ପରା ସ୍ବାମୀ,
ଗଣନାଥ ନାମ ତୁମ ହେଲା ଅନ୍ତର୍ଯ୍ୟାମୀ !!
୫୭-ପ୍ରଜାପତି
ପ୍ରଜାଙ୍କ ପାଳନ ପୋଷଣ କର ବୋଲି ନୀତି,
ସଂସାର ଡାକେ ତୁମକୁ ପ୍ରଭୁ ପ୍ରଜାପତି !!
୫୮-ହୀରଣ୍ୟରେତା
ସ୍ୱର୍ଣ୍ଣଠାରୁ ତୁମ ରୂପ ଅଧିକ ତେଜୀୟାନ,
ସେଥିପାଇଁ ହୀରଣ୍ୟରେତା ହେଲା ତୁମ ନାମ !!
୫୯-ଦୁଧୂର୍ପ
କେହି ତୁମକୁ ହରାଇ ନ ପାରି ତୁମେ ପରା ଦୁଧୂର୍ପ,
ହାତରେ ତ୍ରିଶୂଳ ଶୋଭେ କାନ୍ଧେ ତୁମ ବସୁକୀ ସର୍ପ !!
୬୦-ଗିରିଶ
ପର୍ବତମାନଙ୍କର ସ୍ୱାମୀ ତୁମେ ନାମ ଯେ ଗିରିଶ,
ପର୍ବତମାଳାରେ ତୁମେ ନିତ୍ୟେ କର ବାସ !!
୬୧-ଗିରିଶ୍ୱର
କୈଳାସ ପର୍ବତରେ ସଦା ଶୟନ ତୁମର,
ସେଥିପାଇଁ ନାମ ହେଲା ତୁମ ଗିରିଶ୍ୱର !!
୬୨-ଅନଘ
ପାପ ରୋହିତ ବା ପୁଣ୍ୟତ୍ମା ବୋଲି ଅନଘ ତୁମ ନାମ ,
ରୂପ ଆକୃତିରେ ପ୍ରଭୁ ତୁମେ ତ ଅସୀମ !!
୬୩-ଭୁଜଂଗଭୂଷଣ
ନାଗ ଆଭୂଷଣେ ତୁମେ କରିଛ ଧାରଣ,
ସେଥିପାଇଁ ନାମ ହେଲା ଭୁଜଂଗଭୂଷଣ !!
୬୪-ଭର୍ଗ
ପାପକୁ ନାଶୁଛ ବୋଲି ଭର୍ଗ ତୁମ ନାମ,
ରହସ୍ୟମୟ ଠାକୁର ତୁମେ ରୂପ ତୁମ ରମ୍ୟ !!
୬୫-ଗିରିଧନ୍ବା
ମେରୁ ପର୍ବତରେ ଧନୁ ତିଆରି ଥିଲ ତୁମେ,
ବିଖ୍ୟାତ ହୋଇଲ ପ୍ରଭୁ ଗିରିଧନ୍ବା ନାମେ !!
୬୬-ଗିରିପ୍ରିୟ
ପର୍ବତକୁ ପ୍ରେମ କର ବୋଲି ତୁମେ ଗିରିପ୍ରିୟ,
ରୁଦ୍ରରୂପୀ ଦେବ ତୁମେ ତୁମ ରୂପ କମନୀୟ !!
୬୭-କୃତିବାସ
ଗଜଚର୍ମ ବସ୍ତ୍ର ଧରଣକାରୀ ତୁମେ ହେଲ କୃତିବାସ,
ମାୟାମୁକ୍ତ ରୂପକଳ୍ପ ପ୍ରଭୁ ତୁମେ ସର୍ବତ୍ର ପ୍ରକାଶ !!
୬୮-ପୁରାରାତି
ପୁର ନାଶ କର ବୋଲି ନାମ ପୂରାରାତି,
ଦୁଷ୍ଟକୁ ଦେଉଛ ଦଣ୍ଡ ଆଉ ପାପୀକୁ ମୁକ୍ତି !!
୬୯-ଭଗବାନ
ସୁଖ ସମୃଦ୍ଧିର ପ୍ରଭୁ ତୁମେ ଭଗବାନ,
ସର୍ଵସମର୍ଥ ପ୍ରତୀକ ତୁମେ ଐଶ୍ୱର୍ଯ୍ୟ ସମ୍ପନ୍ନ !!
୭୦-ପ୍ରମଥାଧିପ
ପ୍ରଥମ ଗଣଙ୍କ ଅଧିପତି ବୋଲି ନାମ ପ୍ରମଥାଧିପ,
ସନ୍ୟାସ ଦେହକୁ ତୁମ ବିରଳ ବିଭୁତି ବୋଳା ରୂପ !!
୭୧-ମୃତ୍ୟୁଞ୍ଜୟ
ମୃତ୍ୟୁକୁ ବିଜୟ କର ବୋଲି ନାମ ମୃତ୍ୟୁଞ୍ଜୟ,
ମନ୍ତ୍ର ବଳେ କରିଥିଲ ମାର୍କଣ୍ଡେୟକୁ ମୃତ୍ୟୁବିଜୟ !!
୭୨- ସୁକ୍ଷ୍ମତନୁ
ସୁକ୍ଷ୍ମ ଶରୀର ଧାରଣ କରି ତୁମେ ସୂକ୍ଷ୍ମତନୁ,
ସଂସାର ପାଳୁଛ ତୁମେ ଆହେ ନୀଳ ତନୁ !!
୭୩- ଜଗତବ୍ୟାପୀ
ସାରା ବିଶ୍ୱରେ ବ୍ୟାପ୍ତ ତୁମେ ଆହେ ଅବିନାଶ,
ଜଗତବ୍ୟାପୀ ନାମ ତୁମ ବିପୁଳ ପ୍ରକାଶ !!
୭୪-ଜଗତଗୁରୁ
ସାରା ଜଗତର ଶେଷ୍ଠ ଗୁରୁ ତୁମେ ଅନାଦି ଈଶ୍ୱର,
ଜଗତଗୁରୁ ନାମେ ତୁମକୁ ଜାଣେ ଏ ସଂସାର !!
୭୫- ବ୍ୟୋମକେଶ
ଆକାଶ ରୁପି ଆକୃତି କେଶ ଯେ ତୁମର,
ବ୍ୟୋମକେଶ ନାମେ ସଂସାର ଉଦ୍ଧାର !!
୭୬- ମହାସେନଜନକ
କାର୍ତ୍ତିକେୟଙ୍କ ପିତା ବୋଲି ନାମ ହେଲା ମହାସେନଜନକ,
ଦେବତାଙ୍କ ସେନାପତି ନାମେ ସେ ହେଲେ ମହାନ ସେନାନାୟକ !!
୭୭- ଚାରୁବିକ୍ରମ
ସୁନ୍ଦର ପରାକ୍ରମୀ ବୋଲି ନାହିଁ କେହି ତୁମ ସମ,
ସେଥିପାଇଁ ପ୍ରଭୁ ତୁମ ନାମ ହେଲା ଚାରୁବିକ୍ରମ !!
୭୮- ରୁଦ୍ର
ଉଗ୍ର ରୂପ ଧର ବୋଲି ରୁଦ୍ର ତୁମ ନାମ,
ଦୁଷ୍ଟଶକ୍ତିକୁ ନାଶୁଛ ତୁମେ ପରଂବ୍ରହ୍ମ !!
୭୯-ଭୁତପତି
ଭୁତପ୍ରେତଙ୍କ ସ୍ୱାମୀ ବୋଲି ନାମ ଭୁତପତି,
ପାପୀଙ୍କୁ ଉଦ୍ଧାର କରି ଦେଉଅଛ ମୁକ୍ତି !!
୮୦- ସ୍ଥାଣୁ
ସ୍ଥିର ଓ ଦୃଢ଼ ରୂପରେ ତୁମେ ଅଛ ବିଦ୍ୟମାନ,
ସ୍ପନ୍ଦନ ରହିତ ବୋଲି ସ୍ଥାଣୁ ତୁମ ନାମ !!
୮୧- ଅହିର୍ବୁଧନ୍ୟ
କୁଣ୍ଡଳିନୀ ଧାରଣକାରୀ ତୁମେ ସଂସାରେ ଅନନ୍ୟ ,
ଶ୍ରଦ୍ଧାରେ ଡାକନ୍ତି ଦେବତା ପ୍ରଭୁ ଅହିର୍ବୁଧନ୍ୟ !!
୮୨- ଦିଗମ୍ବର
ନଗ୍ନ ବା ଆକାଶରୂପୀ ବସ୍ତ୍ରକୁ ତୁମେ କରୁଛ ଧାରଣ ,
ସେଥିପାଇଁ ଦିଗମ୍ବର ନାମ ହେଲା ଜାଣ !!
୮୩- ଅଷ୍ଟମୂର୍ତ୍ତି
ଆଠଟି ରୂପରେ ତୁମେ ଅଟ ଅଷ୍ଟମୂର୍ତ୍ତି,
ଦୁଖଃନାଶନ ପ୍ରଭୁ ତୁମେ ଆହେ ପଶୁପତି !!
୮୪- ଅନେକାତ୍ମା
ଅନେକ ଆତ୍ମାର ସମହାରେ ତୁମେ ଅନେକାତ୍ମା,
ସର୍ଵବ୍ୟାପ୍ତ ,ସର୍ବତ୍ର ବାସକର ତୁମେ ପ୍ରଭୁ ପରମାତ୍ମା" !!
୮୫- ସାତ୍ତ୍ଵିକ
ସତ୍ଵ ଗୁଣରେ ଅବତୀର୍ଣ୍ଣ ବୋଲି ତୁମେ ବୋଲାଅ ସାତ୍ତ୍ଵିକ ,
ସକଳ ପ୍ରାଣୀଙ୍କ ଆରତ ତୁମେ ସବୁଠି ତୁମରି ମହକ !!
୮୬- ଶୁଦ୍ଧ ବିଗ୍ରହ
ଦିବ୍ୟ ବିଗ୍ରହରେ ଦେଇଥିଲ ବୋଲି ତୁମେ ଦରଶନ,
ଭକତ ଡାକନ୍ତି ଶ୍ରଦ୍ଧାରେ ଶୁଦ୍ଧ ବିଗ୍ରହ ନାମ !!
୮୭- ଶାଶ୍ୱତ
ନିତ୍ୟ ଥାଅ ସଭିଙ୍କର ପାଖେ ବୋଲି ନାମ ଯେ ଶାଶ୍ୱତ ,
ସତ୍ୟ-ସୁନ୍ଦର ଭୋଳାଶଙ୍କର ତୁମେ ଜିଣିଛ ଜଗତ !!
୮୮-ଖଣ୍ଡପରଷୁ
ଖଣ୍ଡ ଫାର୍ସାକୁ ହାତରେ ତୁମେ କରିଛ ଧାରଣ ,
ସେଥିପାଇଁ ଖଣ୍ଡପର୍ଶୁ ନାମ ତୁମ ଜାଣ !!
୮୯-ଅଯ
ଜନ୍ମ ରହିତ ବୋଲି ତୁମେ ଅଯ ତୁମ ନାମ,
ସୃଷ୍ଟିର ଆରମ୍ଭରୁ ଶେଷଯାଏ ତୁମେ ହିଁ ସର୍ବପ୍ରଥମ !!
୯୦-ପାଶବିମୋଚନ
ସବୁ ବନ୍ଧନରୁ ତୁମେ କର ବୋଲି ମୋଚନ,
ସେଥିପାଇଁ ନାମ ତୁମ ପାଶବିମୋଚନ !!
୯୧- ମୁଢ଼
ସୁଖସ୍ୱରୂପ ତୁମେ ନାମ ତୁମ ମୁଢ,
ଡାକ ଶୁଣ ତୁମେ ପ୍ରଭୁ ମନ ଯା'ର ଦୃଢ଼ !!
୯୨- ପଶୁପତି
ପଶୁମାନଙ୍କର ଅଟ ବୋଲି ସ୍ୱାମୀ ,
ପଶୁପତି ନାମ ତୁମ ତୁମେ ଅନ୍ତର୍ଯ୍ୟାମୀ !!
୯୩- ଦେବ
ସ୍ୱୟଂ ପ୍ରକାଶରୂପ ନାମ ତୁମର ଦେବ,
ଅସମ୍ଭବ କାମକୁ ତୁମେ କରିଛ ସମ୍ଭବ !!
୯୪- ମହାଦେବ
ଦେବତାମାନଙ୍କର ଦେବ ତୁମେ ନାମ ମହାଦେବ ,
ଆଦିରୁ ଅନନ୍ତ ଯାଏଁ ସ୍ଥିର ତୁମେ ସଦାଶିବ !!
୯୫- ଅବ୍ୟୟ
ବ୍ୟୟ ନ ହୁଅ ବୋଲି ପ୍ରଭୁ ନାମ ତୁମ ଅବୟ ,
ସଫଳ ହୁଏ କାର୍ଯ୍ୟରେ ଯିଏ ଜପେ ଓଁ ନମଃ ଶିବାୟ !!
୯୬-ହରି
ବିଷ୍ଣୁ ସମରୂପୀ ବୋଲି ନାମ ହେଲା ହରି,
ସତ୍ୟ ଶାନ୍ତି ଦୟାକ୍ଷମାର ପ୍ରତୀକ ତୁମେ ନାହିଁ ତୁମ ସରି !!
୯୭- ପୁଷଦନ୍ତଭିତ
ପୁଷାର ଦାନ୍ତ ଭାଙ୍ଗିଣ ତାକୁ ଦଣ୍ଡ ଦେଇଥିଲ,
ପୁଷଦନ୍ତଭିତ ନାମେ ତୁମେ ପ୍ରସିଦ୍ଧି ପାଇଲ !!
୯୮- ଅଵ୍ୟଗ୍ର
ବ୍ୟଥିତ ହୁଅନାହିଁ ବୋଲି ନାମ ତୁମ ଅବ୍ୟଗ୍ର,
ପର୍ବତ ଶିଖରରେ ତୋଳିଛ ନଅଟି ନଗର !
୯୯- ଦକ୍ଷାଧ୍ୱରହର
ଦକ୍ଷଯଜ୍ଞ ନାଶ କରି ନାମ ହେଲା ଦକ୍ଷାଧ୍ୱରହର,
କ୍ଷଣିକେ ଚୁନା କରିଲ ତାଙ୍କ ଗର୍ବ ଅହଂକାର !!
୧୦୦- ହର
ପାପ ହରଣକାରୀ ବୋଲି ନାମ ତୁମ ହର,
ତୁମ କୃପାବଳେ ଚାଲେ ଏ ଗ୍ରହ ଆଉ ନକ୍ଷତ୍ର !!
୧୦୧- ଭଗନେତ୍ତାଭିଦ୍
ଭଗ ଦେବତାଙ୍କ ଆଖି ତାଡ଼ି ନାମ ଭଗନେତ୍ତାଭିଦ୍ ,
ଡ଼ମଡମ ଡମ୍ବରୁ ନାଦରେ ସୃଷ୍ଟି ହେଲା ପରମ ନିନାଦ !!
୧୦୨. ଅବ୍ୟକ୍ତ
ଇନ୍ଦ୍ରିୟ ସମ୍ମୁଖରେ ପ୍ରକଟ ହୁଅନାହିଁ ବୋଲି ନାମ ଯେ ଅବ୍ୟକ୍ତ,
ତୁମେ ସୃଷ୍ଟି ତୁମେ ରୁଷ୍ଟି ପୁଣି ତୁମେ ସର୍ଵବ୍ୟାପ୍ତ !!
୧୦୩. ମହାସ୍ରାକ୍ଷା – ଅନନ୍ତ ଆଖିରେ ତୁମେ ଦେଖୁଛ ସଂସାର ,
ମହସ୍ରାକ୍ଷା ନାମରେ ଇତସ୍ତତ ତିନିପୁର !!
୧୦୪. ସହସ୍ରପାଦ – ଅନନ୍ତ ପାଦ ଧରଣକାରୀ ଆହେ ଦିଗମ୍ବର ,,
ସହସ୍ରପାଦ ନାମରେ ବୋଲାଏ ସଂସାର !!
୧୦୫. ଉପଵର୍ଗପ୍ରଦ – ମୋକ୍ଷ ପ୍ରଦାନକାରୀ ବୋଲି ନାମ ଉପବର୍ଗପ୍ରଦ ,
ଯେ ଜନ ପୂଜଇ ନିଷ୍ଠାରେ ଦିଅ ତାକୁ ଶୁଭ ଆଶୀର୍ବାଦ !!
୧୦୬-ଅନନ୍ତ
ଦେଶକାଳ ବସ୍ତୁରୁପି ତୁମେ ନାମ ଯେ ଅନନ୍ତ ,
ତୁମରି ଠାରେ ଆରମ୍ଭ ପୁଣି ତୁମଠାରେ ଅନ୍ତ !!
୧୦୭-ତାରକ
ତାରଣ କରୁଛ ବୋଲି ନାମ ଯେ ତାରକ,
ନିରାଶା ମନରେ ତୁମେ ଅଶାର ଆଲୋକ !!
୧୦୮. ପରମେଶ୍ୱର – ପ୍ରଥମ ଈଶ୍ୱର ତୁମେ ନାମ ପରମେଶ୍ୱର ,
ଆଜନ୍ମ ମୁରୁଖ ଟିଏ ମୁଁ ମୋର ପ୍ରାର୍ଥନା ସ୍ୱୀକାର !!
ଓଁ ନମଃ ଶିବାୟ
ହର ହର ମହାଦେବ
ଜୟ ଭୋଳାନାଥ
