STORYMIRROR

ସୁମନ୍ତ ସାହୁ

Abstract Fantasy Thriller

4  

ସୁମନ୍ତ ସାହୁ

Abstract Fantasy Thriller

ମାୟା ନଗରୀ ମୁମ୍ବାଇ

ମାୟା ନଗରୀ ମୁମ୍ବାଇ

1 min
461


ଦିଗହଜା ପଥିକର ପାଦ ଆଜି ମାୟା ନଗରୀ ମୁମ୍ବାଇରେ

ନା ଥାଏ ଏଠି ସ୍ନେହ ପ୍ରେମର ସତ୍ତା,

ନା ଅଛି ଦୟା ମାୟା ଆଉ ମମତା !!

ଅଛି ଖାଲି ଲୋଭ ମୋହ ଆଉ ମାୟା ମରୀଚିକା !!


ଡିବିରି ଆଲୁଅକୁ ଦେଖିଥିବା ଏ ଆଖି ଆଜି ଆଲୁଅର ସାଜସଜ୍ଜା ଭିତରେ

ନା ହୁଏ ଅନ୍ଧକାର ଏଠି,

ନା ପାହେ ଏଠି ରାତି !!

ସମସ୍ତେ ଏ ଅଜବ ସହରରେ ଗୋଟେ ଗୋଟେ ସ୍ୱାର୍ଥୀ !!


ହଳ ଲଙ୍ଗଳ ମନ ଆଜି ଯନ୍ତ୍ରପାତି ନଗରୀରେ

ନା ଅଛି ଏଠି ବସନ୍ତର ମଳୟ ଛୁଆଁ,

ନା ଅଛି ମାଟି ମଟାଳର କିମିଆ

ଅଛି ଯଦି ଖାଲି ଚିମିନରୁ ନିର୍ଗତ ବିଷାକ୍ତ କଳା ଧୂଆଁ !!


ଗାଉଁଲିଆ ମନ ଆଜି ପାଶ୍ଚାତ୍ୟ ସଭ୍ୟତାର ଜାଲ ଭିତରେ

ନା ଅଛି ଏଠି ଦାନ ଧରମ,

ନା ଥାଏ ଏଠି ଶାଶ୍ୱତ ପ୍ରେମ !!

ଅଛି ଯଦି ଖାଲି ମିଛ ପ୍ରତିଶ୍ରୁତି ଆଉ ହୃଦୟର ମରମ !!

 

ଆଧ୍ୟାତ୍ମିକ ମନ ଆଜି ଆଧୁନିକତାର ମାୟା ଘେରରେ

ନା ଅଛି ଏଠି ନାମ ସଂକୀର୍ତ୍ତନ,

ନା ଅଛି ଏଠି ଭଜନ ଜଣାଣ !!

ଅଛି ଯଦି ଖାଲି ଅସନ୍ତୋଷର ବାତାବରଣ ଆଉ ପାଶ୍ଚାତୀକରଣ !!


ଝୁପୁଡିର ଘରେ ରହିଆସୁଥିବା ମନ ଆଜି ଉତ୍ତୁଙ୍ଗ ଅଟାଳିକା ସହରରେ

ନା ଥାଏ ଏଠି ଭିଜା ମାଟିର ବାସ,

ନା ଅଛି ପଖାଳ କଂସାର ଶୋଷ !!

ଅଛି ଯଦି ଖାଲି ଭେଳିକି ଭେଳି ବିଦେଶୀ ଖାଦ୍ୟ ଆଉ ଚିକ୍କଣିଆ ନିବାସ !!


ଶଗଡ଼ ବଳଦରେ ବୁଲୁଥିବା ମନ ଆଜି ରେଳ-ବସର ସହରରେ

ନା ଅଛି କାକ-ପିକଙ୍କ ମଧୁର ଡାକ,

ନା ଅଛି ଏଠି ଧାନ ବିଲର ମହକ !!

ଅଛି ଯଦି ଖାଲି କୋଳାହଳ ଆଉ ଅଜଣା କୁହକ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract