STORYMIRROR

Jambeswar Dalai

Abstract

3  

Jambeswar Dalai

Abstract

ଏମିତି ହୁଅନ୍ତା କି?

ଏମିତି ହୁଅନ୍ତା କି?

1 min
179


ଏମିତି ହୁଅନ୍ତା କି

ହଠାତ ମହାମାରୀ ବିଶ୍ବରୁ ଉଭାନ

ଖୋଲା ଯାଆନ୍ତା ଶିକ୍ଷାନୁଷ୍ଠାନ

କୋଳାହଳ ହୁଅନ୍ତା ସହର, ହାଟ, 

ବଜାର ଆଉ ପାର୍କ ପ୍ରେକ୍ଷାଳୟ

ହଟି ଯାଆନ୍ତା ଛୁଆଁ ଅଛୁଆଁ ଭେଦଭାବ

ଘରକୁ ଆସନ୍ତେ ବନ୍ଧୁ ବାନ୍ଧବ

ପାଳନ ହୁଅନ୍ତା ପର୍ବ ପର୍ବାଣି, ଯାନିଯାତ୍ରା

ବିବାହ ବ୍ରତ ଖୁବ୍ ଧୁମଧାମରେ

ଆପ୍ୟାୟିତ ହେବେ ଅତିଥି

ଅଲୋଡା ମାସ୍କ ଓ ସାନିଟାଇଜର

ପରିଜନକୁ ମୁଖାଗ୍ନି ଓ

ଶେଷ ଦର୍ଶନ ର ସୁଯୋଗ

ଜୀବନ ଓ ଜୀବିକାକୁ ନେଇ ନଥାନ୍ତା ଦ୍ବନ୍ଦ,

ମନରେ ନଥାନ୍ତା ଅସୁମାରୀ ଭୟ ଓ ସଙ୍କା ।


ଏମିତି ହୁଅନ୍ତା କି 

ଦେଶରେ ନିଷେଧ ହୁଅନ୍ତା ମଦ

ଶୁଣିବାକୁ ମିଳନ୍ତା ନାହିଁ ମଦୁଆଙ୍କ ପ୍ରଳାପ

ଉଜୁଡି ଯାଇଥିବା ସଂସାର

ପାଲଟିଯାଆନ୍ତା ସରଗପୁର

ଅକାଳରେ ଝଡିବନାହିଁ ଅମୂଲ୍ୟ ଜୀବନ

ଘଟିବ ନାହିଁ ଦୁର୍ଘଟଣା ରାସ୍ତାରେ

କମିଯିବ ଧର୍ଷଣ, ଚୋରି, ଡକାୟତି

ହତ୍ୟା ଆଦି ଅପରାଧ

ଖବର କାଗଜରେ 

ଶିରୋନାମା ସାଜନ୍ତା ନାହିଁ 

ମଦ ବିରୋଧୀ ଆନ୍ଦୋଳନ, ମଦ ଭାଟିରେ ପୋଲିସ୍ ର ଚଢାଉ, ବେଆଇନ ମଦ ଜବତ, ମଦ ଭାଙ୍ଗି ଦେଲା ସଂସାର

ଆଉ ମଦ ମୃତ୍ୟୁ ର ବିଭୀଷିକା । 


ଏମିତି ହୁଅନ୍ତା କି

ସଂସାରରୁ ଲୋପ ପାଇ ଯାଆନ୍ତା

ଅନ୍ଧ ବିଶ୍ବାସ, କୁ ସଂସ୍କାର, ଗୁଣୀ ଗାରେଡି

ଧନୀ ଗରୀବର ଭେଦଭାବ

ସାମାଜିକ ଆର୍ଥିକ କ୍ଷେତ୍ରରେ  

ହୁଅନ୍ତେ ସମସ୍ତେ ସମାନ

ନହୁଅନ୍ତା ଦୁର୍ବଳ ଉପରେ ସବଳର 

ଅତ୍ୟାଚାର, ଶୋଷଣ, ଲୁଣ୍ଠନ

ଅସାଧୁ ଉପାୟରେ ଅର୍ଥ ଉପାର୍ଜନ

ପ୍ରତିଷ୍ଠା ହୁଅନ୍ତା ରାମରାଜ୍ୟ

ସମସ୍ତଙ୍କ ହୃଦୟରେ ଜାଗ୍ରତ ହୁଅନ୍ତା

ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ପରୋପକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract