STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ମୁଁ ଭଲପାଏ

ମୁଁ ଭଲପାଏ

1 min
240

    ମୁଁ ଭଲପାଏ,

     ମୋ ଗାଁ ମାଟିକୁ

      ମୋ ପିତା ମାତା

      ମୋ ସଖା ସହୋଦର

      ମୋ ଗାଁ ସାଥୀଙ୍କୁ ।

    ମୁଁ ଭଲପାଏ,

      ମୋ ଗାଁ ତୋଟାମାଳକୁ

      ମୋ ଶସ୍ୟଶ୍ୟାମଳା ଭରା

        ସବୁଜ କ୍ଷେତକୁ

       ଗାଁ ପୋଖରୀ, ଗାଁ ନଈ

       ଗାଁ ଗଛ, ଗାଁ ମାଛ

       ଗାଁ ଗାଈ ଗୋଠକୁ

       ଗାଁ ଭୋଜିଭାତ

       ଗାଁ କୋଠକୁ ।

     ମୁଁ ଭଲପାଏ,

        ଆଗକାଳିଆ

       ସେ ପୁରୁଣା ପାଠକୁ

       ଭାଇଚାରାରେ ବଞ୍ଚୁଥିବା

       ସେ ମଣିଷଙ୍କୁ 

       ସ୍ନେହ, ଶ୍ରଦ୍ଧା ଓ

          ଭଲପାଇବାରେ

       ବଞ୍ଚୁଥିବା ମଣିଷ ମାନଙ୍କୁ

      ଆମ୍ବ, ପଣସ, ଚାକୁଣ୍ଡା ଆଦି

       ଗାଁ ତୋଟାରେ

           ମିଳୁଥିବା କାଠକୁ ।

      ମୁଁ ଭଲପାଏ,

         ଗାଁ ବାଡିବଗିଚାର

       ନାନା ଫୁଲଫଳକୁ

      ଭଲପାଏ ମୁଁ ମାଛଧରା,

      ବିଲକାମ କରୁଥିବା

        ଚଷା ପୁଅଙ୍କ ମେଳକୁ

       ବିଲବାଡିରେ ଚଷୁ ଥିବା

       ହଳିଆଙ୍କ ହଳକୁ

       ହଳିଆ ପୁଅର

       ଧାନ କ୍ଷେତେ

       ବୋଲୁଥିବା ଗୀତକୁ

       ଶଗଡିଆ ଭାଇର

        ଶଗଡିଆ ଗୀତକୁ

       ଗାଁ ଆକାଶର ଇନ୍ଦ୍ରଧନୁକୁ

       ଗାଁ ର ପାଚିଲା ଧାନ କ୍ଷେତକୁ ।

      ସୋରିଷ, ଅଳସୀ, ପେଷୁ, ରାଶି

      ମୁଗ, ବିରି, କୋଳଥର କ୍ଷେତକୁ

     ମୁଁ ଭଲପାଏ,

      ନାନା ଋତୁରେ ମିଳୁଥିବା

     ନାନା ପନିପରିବା ଓ ଫୁଲ ଫଳକୁ

     ଗାଁ ପର୍ବପର୍ବାଣି, ପିଠାପଣା,

       ଭୋଜିଭାତ ଦିଆନିଆ

      ବାହାପୁଆଣିରେ ଏକାଠି ହୋଇ

      ଭୋଜି ରାନ୍ଧିବାର ମଜା

     ଭୋଜିଭାତ ଖାଇ

     ଆନନ୍ଦ ଉପଭୋଗ

         କରିବାର ମଜା

      ଏ ସବୁକୁ ମୁଁ ଭଲପାଏ ।

      ହିଂସା, ଦ୍ୱେଷ,

      ପରଶ୍ରୀକାତରତା ନ ଥିବା

       ଗାଁ ମାଟି, ଗାଁ ଲୋକ

       ଗାଁ ର ପାଣି ପବନର ବାସ୍ନା

       ଗାଁ ଆକାଶର

       ପୁନେଇଁ ଜହ୍ନର ଜ୍ୟୋତ୍ସ୍ନା

       କାହିଁକି ମୋତେ

        ନିଆରା ଲାଗେ

       ଏସବୁ ଅଟନ୍ତି ପ୍ରାକୃତିକ

      ଏସବୁ ଅଟନ୍ତି ମନୋହରକ

      ଏସବୁ ମାନଙ୍କୁ ମୁଁ

        କାହିଁକି କେଜାଣି

      ଏକ ଆକର୍ଷଣ ଭାବି

      ମୋ ହୃଦୟରୁ ଭଲପାଏ ।      


Rate this content
Log in

Similar oriya poem from Abstract