Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Abstract Inspirational

4  

Bharatabandhu Biswal

Abstract Inspirational

ଭୋକିଲା ପେଟ

ଭୋକିଲା ପେଟ

1 min
247



ପେଟ ଭିତରେ ଭୋକର ନିଆଁ

ଦାଉ ଦାଉ ଜଳେ ।

କିଏ ଖଟି ଖାଏ ତ କିଏ କରେ ଲୁଟମାର

ପୁଣି ଆଉ କିଏ ଗୋଡ଼ ଭାଙ୍ଗି

ଅନ୍ୟ ଆଗେ ହାତ ପାତୁଥାଏ ।

ପେଟ ଚାଖଣ୍ଡକ ପାଇଁ 

କେତେ କଣ ବେଉସା,ଫନ୍ଦିଫିକର

ନାହିଁ ନଥିବା ଭାଷଣ,

କିନ୍ତୁ ଥମିବାର ନାଁ ଧରୁନି

ଭୋକ ସମୁଦ୍ରର ଅଶାନ୍ତ ଗର୍ଜନତର୍ଜନ ।

ପଡ଼ି ଛତ୍ର ଖଇରାତ ଖୋଲିଦେଲେ

କି ଅବା ଗଣ୍ଡିଏ ମୁଠିଏ ସୁଲଭ ଆହାରେ

ଲିଭିଯିବନି ଭୋକିଲା ପେଟର ନିଆଁ,

ବରଂ ଟେକିବ ମୁଣ୍ଡ

ପରିଶ୍ରମକାତରତା, ବ୍ୟାଧି ଆଳସ୍ୟତା

ପ୍ରାକାରାନ୍ତେ ସାମାଜିକ ଜଟିଳ ସମସ୍ୟା ।

ସକ୍ରିୟ ହେଉ ହସ୍ତପାଦ

ସୁଲଭରେ ମିଳୁ ସର୍ବେ କର୍ମ ଅବସର,

ଉପଯୁକ୍ତ ପ୍ରଶିକ୍ଷଣେ ଏ ମଣିଷ ହେଉ କ୍ଷମ

ସ୍ୱାବଲମ୍ବୀ ନିଶ୍ଚିତ ଆତ୍ମନିର୍ଭର

ପରିବାର ସମବାୟ ସଂଗୋଷ୍ଠୀରେ

ଜୀବନ ସ୍ୱଚ୍ଛନ୍ଦ ହେଉ

ସସମ୍ମାନେ ଜୀଇବାକୁ ଶିଖୁ ଏ ମଣିଷ

ଭୋକିଲା ପେଟର ଜ୍ୱ।ଳା

ହେଉ ହେଳେ ଦୂର ।

  


Rate this content
Log in

Similar oriya poem from Abstract