STORYMIRROR

Mami Majhi

Abstract Inspirational

4  

Mami Majhi

Abstract Inspirational

ମୁଁ ଓଡ଼ିଆ ଝିଅ

ମୁଁ ଓଡ଼ିଆ ଝିଅ

1 min
223


ଓଡ଼ିଶା ମାଟିରେ ଜନମ ମୋର


ମୁଁ ଯେ ଓଡ଼ିଆ ଝିଅ,


ବିଶ୍ବନିୟନ୍ତା ପ୍ରଭୁ ଜଗନ୍ନାଥ


ମୋ ମନ ମନ୍ଦିରର ଦିଅଁ । 


ପୁରୁଷୋତ୍ତମ ଶ୍ରୀ କ୍ଷେତ୍ରେ 


ରତ୍ନସିଂହାସନେ ଅଛନ୍ତି ଚତୁର୍ଦ୍ଧାମୂରତି


ଜଗନ୍ନାଥ,ବଳଭଦ୍ର, ସୁଭଦ୍ରା


 ଓ ସୁଦର୍ଶନ ଆଦି କରି । 


ତାଙ୍କ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ


ଜାଣିଛି ଏ ସାରା ସଂସାର,


ଯେତେ ବି ଗୁଣିଲେ ତାଙ୍କର ମହିମା


ଅଟେ ଅନନ୍ତ ଅପାର । 


ଭାଷା ମୋ ଓଡ଼ିଆ କେତେ ଯେ ବଢିଆ


ପାଇଛି ଶାସ୍ତ୍ରୀୟ ଭାଷାର ମାନ୍ୟ,


ଷଷ୍ଠ ତମ ସ୍ଥାନ ଗ୍ରହଣ କରିଛି


ନୁହେଁ କାହା ଠାରୁ ନ୍ୟୁନ । 


ତଥାପି କେଜାଣି ଶିକ୍ଷିତ ଗୋଷ୍ଠୀଏ 


ହେଲା କରୁଛନ୍ତି ତାହାକୁ,


ନିଜର ମାତୃଭାଷାକୁ ଛାଡି


ଆପଣାଉଛନ୍ତି ଆଉ କେଉଁ ଭାଷାକୁ ।


ମାଆବାପା ଶବ୍ଦ ସୁନ୍ଦର ଲାଗୁଛି


ଡାକିବାକୁ କେଡ଼େ ସୁମଧୁର,


ଯେଉଁ ଆଡେ ଶୁଣ ମମି ଡାଡି ଡାକ


ପିଲାଏ ଡାକନ୍ତି ଆଜିକାର । 


ଆମେ ଯେ ଓଡ଼ିଆ ଭାଷା ଆମ ଓଡ଼ିଆ


ଏକଥା ମନରୁ ନଭୁଲ,


ମମି ଡାଡି ଡାକି ମାତୃଭାଷାକୁ ଆମ


ଲଜ୍ଜିତ ତୁମେ ଯେ ନକର । 


ହେ ମୋର ଶିକ୍ଷିତଗୋଷ୍ଠୀ


ନିଜର ସଂସ୍କୃତି ପରମ୍ପରାକୁ ଯେ ଭୁଳିନଯାଅ,


ପାଶ୍ଚାତ୍ୟ ସଂସ୍କୃତିରେ ଭାସି ଯାଅନି


ନିଜ ସଂସ୍କୃତିକୁ ଭଲପାଅ ।



Rate this content
Log in

Similar oriya poem from Abstract