ରାକ୍ଷୀ
ରାକ୍ଷୀ
ଆଜି ପବିତ୍ର ରାକ୍ଷୀ ବନ୍ଧନ ,
ଭାଇ ଭଉଣୀ ଙ୍କ ସ୍ନେହ ର ଦିନ ।
ଯେତେ ରାଗରୁଷା ଥିଲେ ମନରେ,
ଭାଇ କୁ ବାନ୍ଧଇ ରାକ୍ଷୀ ଆଜି ଦିନରେ ।
ଯେଉଁ ଭଉଣୀ ର ଭାଇ ଥିବ ,
ଆଜି ଦିିିନରେ ସେ କେତେ ଖୁସି ହେବ ।
ଦୁୁଃଖ ଲାଗେ ମୋତେ ମୋ ଭାଇ ନାହିଁ,
କାହାକୁ ଏକଥା କହିବିି ମୁହିଁ ।
ଆଜି ପବିତ୍ର ରାକ୍ଷୀ ର ଦିନ ,
ଦୁୁଃଖରେ ଭାଙ୍ଗିି ଯାଏ ମୋ ମନ ।
ଯଦି ଥାଆନ୍ତା ଭାଇ ମୋହରି,
ରାକ୍ଷୀ ବାନ୍ଧନ୍ତି ମୁଁ ହାତେ ତାହାରି ।
କବିତା ନୁୁହେଁଁ ଏ ମୋ ମନକଥା ,
ଲେଖିବା ବେଳେ ମନକୁ ମୋ ହୁଅଇ ବ୍ୟଥା ।
କଥା ଭାଇର ଭାବିକରି,
ମୋ ଆଖିରେ ଲୁହ ଯାଏ ସେ ଝରି ।
ମୋ ଆଖିରୁ ଲୁହ ଯେବେ ଝରଇ,
ମୋ ପାଶେ ମୋ ଭାଇକୁ ଅନୁଭବ କରଇ ।
କହେ ସେ "କାନ୍ଦନା ସୁନା ଭଉଣୀ,
ଆଖିରୁ ଝରାନା ଝରଣା ପାଣି ।
ମୁଁ କାଳ ର ନିଶି ରେ ଯାଇଛି ହଜି,
ଯେତେ ଚାହିଁଲେ ବି ପାଇବୁନି ଖୋଜି ।"
ଲୁୁୁହର ସାଗର ଆଖିବନ୍ଧ ଭାଙ୍ଗିି ଲହରୀ ଯାଉଛି ମାଡ଼ି,
ଏ ଦୁନିଆ କୁ ମୁଁଁ ଆସିବା ଆଗରୁ ମୋ ଭାଇ ଯାଇଛି ଛାଡ଼ି।