STORYMIRROR

Mami Majhi

Inspirational

4.0  

Mami Majhi

Inspirational

ଓଡ଼ିଆ ବୀର

ଓଡ଼ିଆ ବୀର

1 min
192


ହେ ମୋର ଓଡ଼ିଆ ବୀର ସନ୍ତାନ 

ତୁମ ମାତୃଭାଷା କରେ ଆହ୍ୱାନ ।


କେତେ ଦିନ ସୁପ୍ତ ହୋଇ ରହିବ 

କେବେ ତୁମେ ଆଉ ଜାଗ୍ରତ ହେବ ?


ଜାଗିଉଠ ଆହେ ଓଡ଼ିଆ ବୀର 

ମାତୃଭାଷା କାନ୍ଦେ ହୋଇ ଅଧିର ।


ଭାଷା ଆନ୍ଦୋଳନେ ଦିଅ ତୁ ଝାସ 

ନହେଲେ ଭାଷା ତୋ ହେବ ଯେ ନାଶ ।


ଭାଷା ଆନ୍ଦଳନେ ମୁଁ ଦେବି ଝାସ 

ମୋ ସାଥେ ଆସିବାକୁ ତୁ କର ସାହସ ।


ପଛଘୁଞ୍ଚା ନାହିଁ ବୀରର ଜାତକେ 

ଏକଥା କହିଛନ୍ତି ଆମ ମହାପୁରୁଷେ ।


ତେଣୁ କରି ତୁ ଯେ ଆଗେଇ ଚାଲ 

ପଛ

କୁ ଫେରିବା କଥା ନ ଭାଳ ।


ବୀର ପୁଅ ସେ ଯେ ଆଗେଇ ଚାଲେ 

ପଛକୁ ଫେରିବା କଥା ନ ଭାଳେ ।


ରାଜଭାଷା ଆମ ଓଡ଼ିଆ ଭାଷା 

ତାକୁ ନେଇ କେତେ କରିଛୁ ଆଶା ।


ଖାଲି ଆଶା କରି ବସିଲେ ତୁ ହେବୁ ନିରାଶା 

ଏଠି ରାଜ କରୁଥିବ ଇଂରାଜୀ ଭାଷା।


ତେଣୁ କରି ଶୀଘ୍ର ସଜାଗ ହୁଅ 

ମାତୃଭାଷାର ସୁରକ୍ଷା ପାଇଁ ଆଗେଇ ଆସ ।


ସମସ୍ତେ ମିଶି କି ଶପଥ ନେବା 

ଓଡ଼ିଆ ଭାଷାର ଟେକ ରଖିବା ।


ଓଡ଼ିଆ ଭାଷାକୁ ରଖିବା କରି ଅମର 

ତାହେଲେ ହୋଇବା ଓଡ଼ିଆ ବୀର ।



Rate this content
Log in

Similar oriya poem from Inspirational