ରାତ୍ରି ଆକାଶ
ରାତ୍ରି ଆକାଶ


କି ସୁନ୍ଦର ଦିଶେ ଏ ନଭ ମଣ୍ଡଳ,
ଗୋଟି ଗୋଟି ତାରା ଦିଶନ୍ତି ଉଜ୍ଜ୍ୱଳ ।
ତାରକାଗଣ ଯେ ଶୂନ୍ୟେ ରହନ୍ତି,
ରଜନୀ ରାଣୀର ଶୋଭା ବଢାନ୍ତି ।
ତମସା ନଥିଲେ କି ଅବା ଦିଶନ୍ତି ତାରା,
ସେମିତି ମଣିଷ ଜୀବନ ପରା ।
ପ୍ରତିକୂଳ ପରିସ୍ଥିତି ଯେ ତମସାଚ୍ଛନ୍ନ,
ସଫଳତା ଯେ ତାରା ସମାନ ।
ଚନ୍ଦ୍ରମାର ଶୋଭା କି ମନୋହର,
ଆଖିରେ ପଡୁନି ପଲକ ମୋର ।
ରବି କିରଣରେ ଝଲସେ ଶଶୀ ,
ଏକାନ୍ତରେ ମୁଁ ଯେ ଦେଖଇ ବସି ।
ରବି କିରଣ ବିନା ନ ଦିଶେ ଶଶୀ ,
କାଳି ବିହୁନେ ଯେପରି ମସୀ ।
ରବି ପାଇଁ ସିନା ଇନ୍ଦୁ ଉଜ୍ଜ୍ଵଳ ,
ବିଦ୍ୟା ପାଇଁ
ପରା ମଣିଷ ଭଲ ।
ସବୁ ମଣିଷ ଯେ ନୁହନ୍ତି ଭଲ ,
ଦେଖି ଚାହିଁ କି ଯେ ସଂସାରେ ଚଲ ।
କଳାଧଳାର ଯେ ବାରିଦ ଆସି ,
ଢାଙ୍କି ଦେଉଛନ୍ତି ଉଜ୍ଜ୍ଵଳ ଶଶୀ ।
କିଛି କ୍ଷଣ ପାଇଁ ଢାଙ୍କଇ ଘନ ,
ତା'ପରେ ଦିଶଇ ନିର୍ମଳ ଜହ୍ନ ।
ଚନ୍ଦ୍ରର ଜୋଛନା ପଡେ ଦିଗନ୍ତବିସ୍ତାରୀ ,
ମୋ ମନରେ ପୁଲକିତ ଯାଏ ସଞ୍ଚାରୀ ।
ସୁଖ ଦୁଃଖ ଯେ ଏ ସଂସାରେ ଅଛି ,
ଦୁଃଖ ପରେ ସୁଖ ଜଗି ବସିଛି ।
ଭାଙ୍ଗିପଡ ନାହିଁ ଦୁ଼ଃଖ ସମୟରେ ,
ଧୈର୍ଯ୍ୟ ଧରି ସାହସ ରଖ ମନରେ ।
ଦୁଃଖର ବ୍ୟୋମଧୂପ ଦୂରେଇ ଯିବ ,
ସୁଖର ସୁଧାଂଶୁରେ ଜୀବନ ଉଜ୍ଜ୍ଵଳ ହେବ ।