ମୋ ବାପା
ମୋ ବାପା


ବାପା ଶବ୍ଦ ଟି କେଡ଼େ ସୁନ୍ଦର
କେଡ଼େ ମଧୁର କେତେ ଗଭୀର ।
ଅଗଭୀର ସିନ୍ଧୁ ର ଗଭୀରତା
ଯେପରି ମପାଯାଇ ପାରେନା ,
ବାପାଙ୍କ ସ୍ନେହ ଶ୍ରଦ୍ଧା ସେମିତି କାହା ସହିତ
ତୁଳନା କରାଯାଇ ପାରେନା ।
ମୁଁ ଛୋଟ ଥିଲା ବେଳେ
ମୋର କେତେ ଅଳି ଅଝଟ ବାପା ସହିଛନ୍ତି ,
ମୁଁ କାନ୍ଦିଲେ କେତେବେଳେ ଜହ୍ନ ଦେଖାଇ ତ
କେତେବେଳେ ବାଘମାମୁୁଁ ଗପ କହି ବୁଝାଇଛନ୍ତି ।
ମୁଁ କାନ୍ଦିଲେ
ବାପା ମୋ ଲୁହ ଦେଖି ପାରନ୍ତି ନାହିଁ ,
ଲୁହ ର କାରଣ ପଚାରିି
ବୁଝାଇ ଦିଅନ୍ତି ମନ ଜାଣି ।
ବାପା ପୂୂୂରଣ କରନ୍ତି
ମୋର ମନଜାଣି ସମସ୍ତ ଆଶା ,
ସେଇଥିପାଇଁ ମୁଁ କହେ
ସୁପର ହିରୋ ମୋ ବାପା ।
ଭଗବାନଙ୍କ ଠାରେ ମୁଁଁ
ପ୍ରାର୍ଥନା କରି କହେ
ମୋ ପାଖରେ ମୋ ବାପା
ସବୁୁୁଦିିିନ ଥାଆନ୍ତୁ ମୁଁ ଏଇୟା ଚାହେଁ ।