STORYMIRROR

Mami Majhi

Abstract Others

4.0  

Mami Majhi

Abstract Others

ବର୍ଷା ରାଣୀ

ବର୍ଷା ରାଣୀ

1 min
201


ଆଷାଢ଼ ମାସଟି ପ୍ରବେଶ ହୁଅନ୍ତେ

ବ୍ୟୋମେ ବ୍ୟୋମଧୂପ ଘୋଟିଲା,

ଦିନରେ ଭାନୁ ଯେ ଅମ୍ବୁଦେ ଲୁଚିଲେ

ସାଂୟକାଳ ପରି ଲାଗିଲା । ।୧।


କେତେବେଳେ ଖରେ ଅବା ଧିରେ ଧିରେ

ବହନ୍ତି ଯେ ପ୍ରଭଞ୍ଜନ ,

କଳାମେଘେ ସେ ଯେ ଚପଳା ନାଚନ୍ତି

ଦିଶେ କେଡ଼େ ଶୋଭାବନ । ।୨।


ଘଡଘଡି ପୁଣି ରହି ରହି ଶୁଭେ

ଥରାଇଦେଇ ଛାତିକୁ ,

ବଣରେ କେକୀ ଯେ ଏ ଡାକ ଶୁଣିଣ

ନାଚନ୍ତି ମେଲାଇ ପୁଚ୍ଛକୁ । ।୩।


ପାଦପଗଣ ଯେ ଅନୀଲ ସହିତେ

ହର୍ଷେ ଦୋଳାୟତ ହୁଅନ୍ତି ,

ବରଷା ରାଣୀ ନୂଆ ଜୀବନ ଦେବେ

ମନେ ମନେ ଗୁଣି ହୁଅନ୍ତି । ।୪।


ବିଶ୍ବମ୍ଭରା ଆଶା ପସରା ନେଇ 

ଚାହିଁ ଥିଲା ଏହି ଦିନକୁ ,

ତା'କୋଳେ ଖେଳିବ ସବୁଜ ବନାନୀ

ପାଇ ବରଷା ରାଣୀକୁ । ।୫।


ଚାତକ ପକ୍ଷୀ ଆତୁର ହୋଇଣ 

ନଭକୁ ଅନାଇ ଥାଏ ,

>କେତେବେଳେ ଯେ ବରଷା ଆସିବ 

ମନେ ମନେ ଭାବୁଥାଏ । ।୬।


ମଣ୍ଡୁକଗଣ ଯେ କେଁ କଟର

କରୁଥାନ୍ତି ଚାହିଁ ଅମ୍ବୁଦ ,

ଏହି ସବୁ ଦୃଶ୍ୟ ଦେଖୁଥାନ୍ତି 

ଅମ୍ବରେ ଥାଇଣ ଜଳଦ । ।୭।


ସମସ୍ତଙ୍କ ଆଶା ଆକାଂକ୍ଷା

ପୂରଣ କରିବା ପାଇଁ ,

ଚପଳା ସାଥିରେ ମେଘସବାରୀ ରେ

ବରଷା ଆସିଛି ଧାଇଁ । ।୮।


ବଳାହକ ଠାରୁ ମୁକ୍ତା ରୂପ ବାରି

ଧିରେ ଧିରେ କରି ଖସିଲା ,

ଅବନୀ ରାଣୀ ଯେ ଏ ମୁକ୍ତା ପାଇଣ

ସାଉଁଁଟି ବକ୍ଷରେ ଭରିଲା । ।୯।


ଏହି ସମୟରେ ଅବନୀର ବାସ୍ନା

ଦ୍ୱିଗୁଣିତ କିବା ହେଲା ,

ସେ ବାସ୍ନା ସୁଗନ୍ଧ ମନ ମତାଣିଆ

ଜନମନ ମୋହି ନେଲା । ।୧୦।


ଝିିିପିଝିପି ସ୍ବରେ ବରଷା ରାଣୀ

ଗାଉଛି ସୁନ୍ଦର ଗୀତ ,

ସେ ଗୀତର ସ୍ବରେ ନାଚିବା ପାଇଁ

ମନ ହୁଏ ବିହ୍ବଳିତ । ।୧୧।



Rate this content
Log in

Similar oriya poem from Abstract