STORYMIRROR

Tapaswini DashSarangi

Abstract

4  

Tapaswini DashSarangi

Abstract

ସବୁ ତ ତୁମର ମହାପ୍ରଭୂ

ସବୁ ତ ତୁମର ମହାପ୍ରଭୂ

1 min
241

ଦେବା ନେବାର ଯଦି ଏ ସଂସାର

ମୁଁ ବି ଏ ସଂସାରରେ ତୁମର ସୃଷ୍ଟି ମହାପ୍ରଭୁ

ମୋର ଜୀବନ ତୁମର ଦାନ

ମୋର ଅସ‌୍ତିତ୍ଵ ବି ତୁମର ଦାନ

ମୋର ସୁଖ ଦୁଃଖ ବି ତୁମର ଦାନ

ମୋର କର୍ମ ବି ତୁମର ଦାନ ମହାପ୍ରଭୂ

ମୁଁ ବି ମୂର୍ଖ ତୁମ ଆଗରେ କିଞ୍ଚିତ

ଫୁଲ ଫଳ ଭୋଗ ଲଗେଇ ଭାବି ନିଏ

ମୁଁ ସବୁ ଶୁଝି ଦେଲି 

ଏସବୁ ଭାବିବା ଭିତରେ ତୁମ

ଶ୍ରୀମୁଖକୁ ଚାହେଁ ମହାପ୍ରଭୂ

ଦେଖେ ଏକ ମୁଚୁକୁନ୍ଦିଆ ହସ

ସେଇ ହସ ଦେଖି ମୁଁ ବି

ମୋର ଭ୍ରମିତ ଭାବନାରୁ ଫେରିଆସେ

ତୁମର ସବୁ କିଛି ତୁମକୁ ଦେଇ

ମୋର ଏ ବଡ଼ ପଣ କାହିଁକି?

ଲାଜରେ ବୋହି ଆସେ ଦୁଇଟୋପା ଲୁହ

ଭାବେ ସେଇଟା ତୁମକୁ ସମର୍ପି ଦେବି

କାହିଁକି ତୁମେ ତ ଜାଣିଛ

ଯେବେ ଏ ସଂସାରରେ ପାଦ ଦେଇ

ମୁଁ କିଏ ର ପରିଚୟ ଖୋଜିଲି

କୁଆଁ କୁଆଁ କାନ୍ଦ ଦେଇ

ସେତେବେଳେ ଆଖିରେ ଲୁହ ତୁମେ ଦେଇ ନଥିଲ ।

ଯେବେ ମୋହ ମାୟାରେ

ପରିବେଷ୍ଟନିରେ ଭ୍ରମିତ ହେଲି  

ସଂସାରରେ ମିଛ ପରିଚୟରେ ଆଦୃତ ହେଲି

କିଛି ହରେଇବା ଦୁଃଖରେ

କାନ୍ଦିଲି ସେତେବେଳେ ଏ ମାୟା ମୋହ ସବୁ

ଆଖିର ବାଟେ ବୋହି ଚାଲିଲେ।

ହେ ମହାବାହୁ ତୁମର ସବୁ ଦାନ

ମୋର ବୋଲି ତ କିଛି ନାହିଁ

ଏ ଆଖିର ଆଞ୍ଜୁଳାଏ ଲୁହକୁ ଆପଣାର କରି 

ମୋତେ ତୁମ ଋଣରୁ ମୁକ୍ତ କର ମହାପ୍ରଭୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract