Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract Inspirational

3  

Debaki Behera

Abstract Inspirational

ଜୀବନର ପଥ

ଜୀବନର ପଥ

1 min
206



ଜୀବନର ରାସ୍ତା ଦୁର୍ଗମ ଅତିହିଁ

ଚାଲିବା ବଡ ହିଁ କଷ୍ଟ

ସେଇ ପଥେ ତୁହି ଚାଲି ନ ପାରିଲେ

ଜୀବନ ଟି ହେବ ନଷ୍ଟ l

ଜୀବନର ପଥ ଫୁଲ ଭରା ନୁହଁ

ଏକଥା ତୁ ମନେ ରଖ

କଣ୍ଟକିତ ପରା ଏହି ପଥ ଭାଇ

ଚାପି ଚାପି ପାଦ ରଖ l

ବାଟୋଇ ଭାଇଟେ ତୁହି ଅଟୁ ପରା

ଜୀବନ ର ଚଲା ବାଟେ

ଛାଇ ଦେଖି ତୁହି ବସି ଯିବୁ କ୍ଷଣେ

ହାଲିଆ ହୋଇଲେ ବାଟେ l

କେବେ ତ ମସୃଣ କେବେ ତ ଚିକ୍କଣ

ପଥ ନୁହଇ ସମାନ

ଖାଲ ଢିପ ପୁଣି କେତେ ଅଛି ବାଟେ

ଆଗକୁ ବଢେ ସୁମନ l

ପଡ଼ିକି ଉଠିବୁ ପୁଣି ତୁ ଚାଲିବୁ

ଲକ୍ଷ୍ୟ କୁ କରିଣ ଧ୍ୟାନ

ଯେବେ ପଡ଼ି଼ତୁହି ନ ଉଠି ପାରିବୁ

ହାରିଯିବୁ ତୁ ରେ ମନ l

ଜୀବନଟା ପରା ସମସ୍ୟାରେ ଭରା

ସମାଧାନ ଅଟୁ ତୁହି

ସବୁ ବାଧା ବିଘ୍ନ ନିଶ୍ଚେ ଟଳିଯିବ

ବିଶ୍ୱାସ ରଖରେ ତୁହି l

ହସ ଲୁହ ଭରା ଏହି ସଂସାରରେ

ପଥିକ ଟିଏ ପା ତୁହି

ହସି ଚାଲୁଥିଲେ ଦୁଃଖକୁ ନ ଡରି

ପଥ ସହଜ ହୁଅଇ l

କେତେ ସହଯାତ୍ରୀ ରାସ୍ତାରେ ଭେଟିବେ

ଏକାଠି ହୋଇବେ ସାଥେ

ଲକ୍ଷ୍ୟ ପଥ ଯାଏଁ କେହି ଯିବେ ନାହିଁ

ଏକା ହୋଇଯିବୁ ପଥେ l

ସହଯାତ୍ରୀ ଟିଏ ଭଲ କିମ୍ବା ମନ୍ଦ

ଏହାକୁ ନଦେଇ ଧ୍ୟାନ

ତୋର ପଥେ ତୁହି ଆଗକୁ ବଢିଯା

ନିଶ୍ଚେ ହେବ ଜୟଗାନ l

ଯେତେ ମୋଡ ଆସୁ ଯେତେ ବାଙ୍କ ଆସୁ

ନଡରିବୁ କେବେ ହେଲେ

ଜୀବନର ପଥ ସୁଗମ ଟି ନୁହେଁ

ବୁଝିଯାରେ ତୁହି ଭଲେ l

ଦେବକୀ ବେହେରା 


Rate this content
Log in

Similar oriya poem from Abstract