STORYMIRROR

Prafulla Chandra Mishra

Abstract Others

4  

Prafulla Chandra Mishra

Abstract Others

ଯୋଡାଏ ଆଖି

ଯୋଡାଏ ଆଖି

1 min
287


ଅମୂଲ୍ୟ ଦୀପ  ୟେ ଚକ୍ଷୁ ଦୀପ

ଜୁଳୁଜୁଳୁ ହୋଇ ଜଳେ

ଶ୍ରେଷ୍ଠ ସମ୍ପଦ  ଦୁର୍ଲ୍ଲଭ ଦୀପ

ଏଇ ଧରା ଧାମ ତଳେ ।।


ଆଖି ପଦ୍ମ,ଆଖି କୁମୁଦ ୟେ ଆଖି  ସତେ ଅବା ସୂର୍ଯ୍ୟ ଚନ୍ଦ୍ର

ଉନ୍ମିଳିତ ଜାଗରଣେ ଏଇ ଚକ୍ଷୁ  ଶୟନେ ଥାଏ ମୁଦ୍ରିତ

ଧନ୍ୟ ରେ ବିଧାତା ଖଞ୍ଜି ଦେଇଅଛୁ  ଆଙ୍କିଦେଇ ଚାରୁ ଚିତ୍ର

ଅମୂଲ୍ୟ ଦୁର୍ଲଭ ଅଲଭ୍ୟ ରତନ  ମୋହିତ କରେ ଜଗତ ।।


ଚନ୍ଦ୍ର ବଦନ  ପଦ୍ମ ନୟନ

ଚକା ଚକା କଳା ମୁଖେ

ଦେଖିଲେ ଥରେ  ହୃଦ କନ୍ଦରେ

ଭକ୍ତିର ଲହରୀ ଖେଳେ ।।


ନୀଳ ନୟନା ସେ ଚମ୍ପକ ବରଣା କଥା କହେ ସେଇ ଆଖି

ପ୍ରେମ ତୀର ମାରେ ସତେ କି ଅନଙ୍ଗ ଫୁଲ ବାଣ ଦେଲା ଯୋଖି 

କେତେ କଥା କହେ ସେ ଆଖି ଯୋଡ଼ିକ ଆଖି ସତ୍ୟ ଆଖି ସାକ୍ଷୀ

ଦିବ୍ୟ ଚେତନା ର ଆଲୋକ ବର୍ତ୍ତିକା ଅମାପ ତାହାର ଶକ୍ତି ।।


ଏଣୀ ନୟନା ସେ ଯେ ଲଳନା 

ଆଖିରେ ମାରଇ ଛୁରୀ

ଲହୁ ନଝରେ ବିହ୍ବଳ କରେ 

ଛାତି ହେଇଯାଏ ଚିରି ।।


ମୀନ ନୟନା ସେ ପ୍ରଣୟ ପ୍ରତିମା ସେତ ଗୋଟେ ନୀଳ ପରୀ

ତା ଆଖି ପାତ ରେ କଦମ୍ବ ବନରେ ବାଜେ ମୋହନ ବାଂଶୋରୀ

ଏ ଆଖିରୁ ଝରେ ସୁଖରେ ଦୁଃଖରେ  ଲୁହ ଦିବସ ସର୍ବରି

ଏ ଆଖି ଯୋଡ଼ିକ ଜୀବନର ରାହା କେହି ନୁହେଁ ତାହା ପରି ।।


ହୃଦୟେ କୋହ ନୟନେ ଲୁହ

ଆନନ୍ଦେ ଉଜ୍ଜ୍ଵଳି ଉଠେ

ଯେମିତି ସୂର୍ଯ୍ୟ ଜହ୍ନ ଉଇଁଲେ

ପଦ୍ମ କୁମୁଦ ଫୁଟେ ।।


ଏଇ ଆଖି ପରା ଦେଖିଅଛି କେତେ ସତ୍ୟ ଅସତ୍ୟ ର ପଥ

ଦେଖିଛି ଜୀବନ୍ତ ଦେବତା ମୋ ପିତା, ମାତା ଙ୍କ ଚଳନ୍ତି ରୂପ

ଜୀବନରେ ଏଇ ଯୋଡ଼ିକ ଆଖି ଯେ ଦିଅଇ ଜୀବନେ ରାହା

ଦୁର୍ଭାଗ୍ୟେ ନଥିଲେ-ଆଖି,ଆଖି ସମ, ଜ୍ଞାନ ଦୀପ ହୁଏ ସାହା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract