STORYMIRROR

ଅନିଲ କୁମାର ଲେଙ୍କା

Abstract Inspirational

4  

ଅନିଲ କୁମାର ଲେଙ୍କା

Abstract Inspirational

ଶିଶୁ

ଶିଶୁ

1 min
162


ଶିଶୁ ଯେ ଅଟନ୍ତି କୁସୁମ କଳିକା

     ଦୂନିଆର  ଉପବନେ

କୁନି କୁନି ଓଠେ ତୁନି ତୁନି କଥା

   କହିକି ତୋଷନ୍ତି ଜନେ ।।

ଶିଶୁଏ ହସିଲେ ହସିଉଠେ ପରା

    ଆମ ଏ ସାରା ମରତ

ଶିଶୁ ବିନା ଜମା ଭଲ ଦିଶେନାହିଁ

  କାହାରି କେବେ ଘରତ ।।

ଶିଶୁ ମାନେ ପରା କୁନି ପ୍ରଜାପତି

    ମନରେ କେବଳ ସ୍ନେହ

ପରାପର ଭାବ ନଥାଏ ତିଳେହେଁ

  ସବୁରି ପାଖରେ ମୋହ ।।

ହୃଦୟେ ତାଙ୍କର ଭେଦଭାବ ନାହିଁ

    ଭାବନା ସବୁ ନିର୍ମଳ

ଖେଳ କୁଦ ଡିଆଁ ଡେଇଁ ସବୁକାମ

    ତାଙ୍କର ହୁଏ ସଫଳ ।।

ଆଜିର ଶିଶୁ ଯେ କାଲି ନାଗରିକ

     କରିବାନି ଅବହେଳା

ଯତ୍ନ ସହକାରେ ଆଦରେ ପାଳିବା

   ନହେଲେ ବୁଡିବ ଭେଳା ।।

ଦେଶ ଭବିଷ୍ୟତ ତାଙ୍କରି ହାତରେ

   ହୋଇଛି ପରାୟ ବେଢା

କଞ୍ଚା ମାଟିର ସେ ଚକଟା କାଦୁଅ

   ହାତରେ ହେବ ତ ଗଢା ।।

  


Rate this content
Log in

Similar oriya poem from Abstract