Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Lipi Sahoo

Abstract


4.8  

Lipi Sahoo

Abstract


ତତ୍ୱମସି

ତତ୍ୱମସି

1 min 270 1 min 270

ଦେହରୁ ଦେହାତୀତ

ବିଦେହୀର ଅପରୂପ ଲାବଣ୍ୟ

ଶବ୍ଦରୁ ଶବ୍ଦାତୀତ

ଅନନ୍ତ ନାଦ ଓଁକାର ବୀଜ

ସୀମାରୁ ସୀମାତୀତ

ତା'ର ଅସୀମ ପରିବ୍ୟାପ୍ତି

କେତେବେଳେ ସେ ବିଶ୍ୱମୟ

ପୁଣି ସମଗ୍ର ସତ୍ତା ଏକ ବିନ୍ଦୁରେ ନିହିତ

ଯେମିତି ମତ୍ସ୍ୟଗନ୍ଧାରୁ ଯୋଜନଗନ୍ଧା

ଏକ କଳ୍ପନାତୀତ ରୂପାନ୍ତରଣ

ମାୟାରୁ ମାୟାତୀତ

ଅଥଚ ହିରଣ୍ୟଗର୍ଭା

ନିରାସକ୍ତ ଭାବେ ଆସକ୍ତ

ଆବଦ୍ଧ ପ୍ରୀତି ବନ୍ଧନରେ

ସଂପୂର୍ଣ୍ଣ ଜୀବନ୍ମୁକ୍ତ

ହେଲେ କବଳିତ ମୃତ୍ୟୁ ପାଶରେ

ତଥାପି ଅଖଣ୍ଡ ଅଦ୍ଵୈତ ସେ

'ମୁଁ' ଏକ ସଂପୂର୍ଣ୍ଣ କପୋଳକଳ୍ପିତ ଶବ୍ଦ

ଯେମିତି ଘନ କୁହୁଡି ରେ ସୃଷ୍ଟ ଭ୍ରମ

ଭଙ୍ଗା ଆଇନାରେ ଅନେକ ପ୍ରତିଛବି ପରି

ଏକ ଭ୍ରମାତ୍ମକ ସତ୍ୟ ଅର୍ଦ୍ଧନାରୀଶ୍ୱର 

ଯେଉଁଠି ଅବଶେଷ ରହିଯାଏ 

କେବଳ 'ତୁମେ' 'ତୁମେ' ଆଉ 'ତୁମେ'........।।


Rate this content
Log in

More oriya poem from Lipi Sahoo

Similar oriya poem from Abstract