Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract

3  

Chinmaya Nayak

Abstract

ରଫ ଖାତା

ରଫ ଖାତା

1 min
11.9K


ମୁଁ ନିଜେ ନିଜକୁ

ନିଚ୍ଛକ ଓ ଅବିକଳ ଭାବରେ

ଯେଉଁଠି ଆଙ୍କିପାରେ,

ଭାବନାର ଖିଆଲି ପଣକୁ

ଯେଉଁଠି ସ୍ବାଧୀନତାର ସହ

ଢାଳି ଦେଇପାରେ

ସେ ମୋ ପ୍ରିୟ ରଫ ଖାତା। 


ମୋର ସମସ୍ତ ଭୁଲ ଓ ଠିକ କୁ

ଯିଏ ଗ୍ରହଣ କରେ ଅତି ଆଦରରେ

ନିର୍ବିବାଦରେ ତା ପ୍ରତିଟି ପୃଷ୍ଠାରେ,

ମନ୍ଦିରର ମୁଖଶାଳା ପରି

ଗର୍ଭଗୃହର ସୌନ୍ଦର୍ଯ୍ୟ ଓ ପରିପାଟୀକୁ

ଅକ୍ଷତ ରଖିବାକୁ

ଯିଏ ଭୁଲିଯାଏ ସଜେଇବାକୁ ନିଜ ଅବୟବ

ସେ ମୋ ପ୍ରିୟ ରଫ ଖାତା।


ଅନେକ ଥର ତା ନିରବତାର

ଲାଭ ଉଠେଇ ମୁଁ ଲଦି ଦେଇଛି

ମୋ ଇତସ୍ତତଃ ଭ୍ରମିତ ଭାବନାର

ଭଗ୍ନ ବାଲିଘର

ଓ ସେ ନିର୍ବିରୋଧେ

ସାଇତି ରଖିଛି ମୋ ସ୍ୱେଚ୍ଛାଚାରିତାକୁ

ତା ବୁକୁରେ ଜଡ଼ାଇ

ସେଇଥିପାଇଁ ବୋଧେ

ସେ ମୋ ପ୍ରିୟ ରଫ ଖାତା।



Rate this content
Log in

Similar oriya poem from Abstract